STORYMIRROR

Debabrata Mishra

Others

3  

Debabrata Mishra

Others

ମୁକ୍ତିର କବିତା

ମୁକ୍ତିର କବିତା

1 min
208

କିଛି ଲୁହର ବୈଶାଖୀ ଆଉ କିଛି ହସର ଫଗୁଣ

କିଛି ବସନ୍ତର ବାଆ, କିଛି ଶରତର ଶୀତଳତା

କିଛି ଶବ୍ଦର ଅର୍ଥ ଆଉ କିଛି ଭାଷାର ବ୍ଯାକରଣ

ଜାବୁଡି ଧରି ମୋତେ ଦିଅନ୍ତି ମନ ପଞ୍ଜୁରୀରେ ଦଣ୍ଡ,


ଭାବନା ଗୁଡିକ ମୋର ସବୁ ଏକା ଏକା ବଞ୍ଚନ୍ତି

ପ୍ରକାଶିତ ହେଲାପରେ ସବୁ ଦୂରେଇ ଯାଆନ୍ତି

ଏକତାର ବନ୍ଧନ ନିମନ୍ତ ସବୁ ପ୍ରଚେଷ୍ଟା ବିଫଳ

ସ୍ୱାର୍ଥେ ହୋଇପାରେନି ସୁଭାବର କୋଳାହଳ,


ଉଦ୍ୟମରତ ନିର୍ବାଚନ ଋତୁପରି ନିଜଦଳ ଗଢିବାକୁ

ସ୍ୱାର୍ଥରେ ବଢନ୍ତି ଶବ୍ଦ ବୀପରୀତ ପଦେ ପାଦଦେଇ

ଫଳାଫଳ ତାର ବ୍ଯର୍ଥ ପରାଜୟର କଣ୍ଟା ଫୁଟେ

ପୁଣି ନିଜ ବାଟ ଦେଖନ୍ତି କେମିତି ଚାଲିବେ ବାଟେ,


ଗଢିହୁଏନି ଜମା କବିତାର ଛୋଟ ଘରଟିଏ ବି

ଏହି ସ୍ୱାର୍ଥପର ଅର୍ଥହୀନ ପଦଗୁଡ଼ିକୁ ନେଇ

କିନ୍ତୁ ଛଟପଟ କରାନ୍ତି ମନେ ଆସିବେ ବାହାରି

ରଖିଦେଲେ ବାନ୍ଧିଦେବେ ମୋତେ ମୁଁ ଯିବି ହାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍