STORYMIRROR

Prasanna Kumar Madala

Others

3  

Prasanna Kumar Madala

Others

ମୁକ୍ତିକାରନ୍ଧ୍ର

ମୁକ୍ତିକାରନ୍ଧ୍ର

1 min
207

      ମୁକ୍ତିକାରନ୍ଧ୍ର ( ଚୋଖି )


ଧାରଣା ଥିଲା ଯା' ମନେ ବଦଳିଲା ଏହିକ୍ଷଣେ

 ଅଲୋଡ଼ା ହେଲାଣି ଗୀତେ ଲୟରୁ ଛନ୍ଦ

ମହକୁ ଥିଲା ତ ଫୁଲ ଲୁଟିଲେ କି ଅଳିକୁଳ

  ଚୁମ୍ବନେ ଉଡିଲା ଯେହ୍ନେ ବିରଳ ଗନ୍ଧ

    କେଡ଼େ ମିଠା ସେ ମକରନ୍ଦ

  ସୁଫଳେ ଫଳ ଫଳିବା ନୁହେଁ ତ ମନ୍ଦ ।


ନିର୍ମଳ ଚୈତନ୍ୟହଂସ ପରମପିତାଙ୍କ ଅଂଶ

   ପ୍ରକଟ ଧାରଣା ମଧ୍ୟେ ନଥାଏ ଦ୍ବନ୍ଦ୍ବ

ସର୍ବଜ୍ଞ ସେ ସ୍ଥିତପ୍ରଜ୍ଞ  ସତେକି ଅବୋଧ ଅଜ୍ଞ

  ଲୋତକେ ପ୍ରାପତ ଯେଣୁ ପରମାନନ୍ଦ

       ଅବିଚଳ ବ୍ରହ୍ମାଦିକନ୍ଦ

   ବିଚିତ୍ର ସୃଷ୍ଟି ଚିନ୍ତନେ ହେଲି କି ଅନ୍ଧ ।


ଅଘୋଷିତ ଅଣଲେଖା ସ୍ପଷ୍ଟ ପଡୁଥାଏ ଦେଖା

  ଦୁଇଆତ୍ମା ଯୋଡେ ଯହୁଁ ପ୍ରେମର ବନ୍ଧ

ସତ୍ତ୍ବମୟ ସମର୍ପଣ     ସମରସେ ବିଚକ୍ଷଣ

   କରେ ହସ୍ତାକ୍ଷରହୀନ ଭାବାନୁବନ୍ଧ

      ସୁଖରୁ ପୃଥକ ଆନନ୍ଦ

   ବୁଝିଲେ ବୁଜିବ ଗୀତି-ମୁକ୍ତିକାରନ୍ଧ୍ର ।


  


Rate this content
Log in