STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ମୁକ୍ତି

ମୁକ୍ତି

1 min
14.5K


ଆକାଶ ଅଛି ରଂଗ ନାହିଁ

ଜହ୍ନ ଅଛି  ଜ୍ୟୋସ୍ନା ନାହିଁ

ସ୍ଵପ୍ନ ଅଛି ସ୍ମୃତି ନାହିଁ

ଜୀବନ ଅଛି ଅର୍ଥ ନାହିଁ

ଯନ୍ତ୍ରଣା ଅଛି ମୁକ୍ତି ନାହିଁ

ବସନ୍ତ ଅଛି ବାସ୍ନା ନାହିଁ ।।

ତେବେ-------------!

କ’ଣ ଲାଭ ହେବ ଯେ

ମୁଠା ମୁଠା ଶୂନ୍ୟତାକୁ ଜାବୁଡି ଧରି

ବିଗତ ଯୌବନ ଦିନ ମାନଙ୍କର

ଲାଭ କ୍ଷତି ହିସାବ କରିବାରେ ?

ଅବା-----------,

ଇତସ୍ତତଃ ପ୍ରଜାପତିଟିଏ ହୋଇ

ଭୂଇଁରେ ଲୋଟୁଥିବା

ରକ୍ତାକ୍ତ ଫୁଲର ପାଖୁଡାରୁ

ମଧୁ ସଂଗ୍ରହରେ ?

ଅବଶ ପାଦ ମୋର ଥକି ପଡେ

ଅମାନିଆ ଲୁହ କେତେ ବୁନ୍ଦା

ଝର ଝର ଝରିପଡେ

ସନ୍ତୁଳିତ ହୁଏ ପ୍ରାଣ

ଖିନଭିନ୍ ହୋଇ ଜଳି ଯାଏ

ଜୀବନର ପ୍ରତିଟି ଫର୍ଦ

ଅକ୍ଟୋପସ୍ ମାନଙ୍କର

ସାମ୍ରାଜ୍ୟ ଘେରରେ ।।

ଖୁବ୍ ନିର୍ଜନ ଲାଗେ ଏଠି

ଯନ୍ତ୍ରଣାକ୍ତ ଓ ନିର୍ମମ ସମୟ

ଯାହା ଅପଚେଷ୍ଟା

ନିଜ ସହ ଯୁଦ୍ଧ

ଆକାଶକୁ ଛୁଇଁବା ଆଶାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍