STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ମୁକ୍ତି

ମୁକ୍ତି

1 min
9.2K



କେଉଁ ରାଇଜର ବନ୍ଧୁ ହେ ତୁମେ ଆସିବ ରୋଷଣୀ ଜାଳି

ଜୋଛନା ଢାଳିବ ସତେକି ତନ୍ଦନ ଶିହରଣ ଯିବ ଖେଳି ।।

କୋଟି ସୂର୍ଯ୍ୟ ପ୍ରଭା ସମ ତବ ଜ୍ୟୋତି ଝଲମଲ ଧରା ପୃଷ୍ଠେ

ଝରା ଶେଫାଳୀ ର ଝରିଯିବ ହସ ଫଲ୍ଗୁ ଝରୁଥିବ ଓଠେ ।।


ଆଲୋକ ବର୍ତ୍ତିକା ବିଶାଳ ହୃଦୟ କାଳିମାର ରାଶି ଭେଦି

ପ୍ରକଟିବ ଯେବେ ଧରଣୀର ବୁକେ ପ୍ରାପ୍ତ ହେବ ଯେତେ ସିଦ୍ଧି।।

ଅମୃତ ମହକ ଜ୍ୟୋତି ବିଛୁରିତ ହସୁଥିବ ଶସାଗରା

ମହାଦୃମଟିଏ ବ୍ୟାପିଛ ଭୂମାକୁ ପୂର୍ଣ୍ଣତା ରେ ଶାଖା ଭରା ।।


ସ୍ଵର୍ଗୀୟ ଭାବନା ଦିବ୍ୟତ୍ବରେ ଭରା ଅନିର୍ବଚନୀୟ ଠାଣି

ସତ୍ୟ ,ଧର୍ମ, ନ୍ୟାୟ ପଥେ ଆଗୁସାର ଥାପିଥିବ ପାଦ ଜାଣି।।

ହସିବ ଆକାଶ ହସିବ ପବନ ନଦ ନଦୀ ତରୁ ଲତା

ପ୍ରକୃତି ରାଣୀ ର ଖୋସାରେ ଗଜରା ମହ ମହ ସୁବାସିତା ।।


ବନ୍ଧୁ ହେ ତୁମେ ଆସିବ ସରାଗେ ସାମ୍ୟର ମଶାଲ ଧରି

ସୃଜନର ନୂଆ ସୂରୁଯ ଉଇଁବ ଅନ୍ଧକାର ଯିବ ଚୀରି ।।


-----------------------------

ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ ,ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍