STORYMIRROR

Pranati Mahapatra

Others

3  

Pranati Mahapatra

Others

ମୁକସାକ୍ଷୀ ଆଜି ଦଣ୍ଡାୟମାନ

ମୁକସାକ୍ଷୀ ଆଜି ଦଣ୍ଡାୟମାନ

1 min
319


ନ ଥିଲା ଆଭାସ କି 

ନ ଥିଲା ସୂଚନା,

କେଉଁଠି ଥିଲା କେଜାଣି,

ଅନାହୁତ ଅତିଥି ପରି ଧାଇଁ ଆସିଲା,

ଆଉ ମୁରବୀପରି ସାବ୍ୟସ୍ତ

କରିନେଲା ଅଧିକାର ।

ସ୍ନେହ ମମତା ତ ଦେଇପାରିଲା ନାହିଁ,

ଓଠରେ ଧାରେ ହସ ତ 

ଫୁଟେଇ ପାରିଲା ନାହିଁ,

ଦେଇପାରିଲା ନାହିଁ ଧନ,ଜନ,ଗୋପ,ଲକ୍ଷ୍ମୀ।

ଆହୁରି ଓଠରୁ ହସଟିକକ ଛଡେଇ

ନେଇ,

ଭରିଦେଲା ଜୀବନର ଅମା ଅନ୍ଧକାର।

ନେସିଦେଲା ଭାଗ୍ୟାକାଶରେ ବହଳ

ବହଳ କଳାବାଦଲ।

ଦେଇଗଲା ଦୁଃଖର ଅସରନ୍ତି ବୋଝ।

ଅପୂରଣୀୟ କ୍ଷତିରେ,

କ୍ଷତାକ୍ତ ହୋଇଗଲା ସାରିଶରୀର,

ଭାଙ୍ଗିଗଲା ମେରୁଦଣ୍ଡ, ଆଉ

ଅଣ୍ଟାସଳଖି ଠିଆହେବାର ଯୁ ନଥିଲା

ଅସ୍ତବ୍ୟସ୍ତ ସାରା ଜୀବନ, ସଂସାର,

ଆଉ ସମଗ୍ର ପୃଥିବୀ,

କିଛି କ୍ଷଣ ଧ୍ଵଂସର ତାଣ୍ଡବଲୀଳା

ରଚିଦେଇ କି ଖୁସି ପାଇଲା କେଜାଣି।

ଏଇମିତି କିଛି କିଛି ଦିନ

ବ୍ୟବଧାନରେ,

ନିୟମିତ ଆସୁଛି, ବେଳୁବେଳ

ପ୍ରବଳରୁ ଅତି ପ୍ରବଳ ବଳ

ପ୍ରୟୋଗ କରି ନିଜର ତାଣ୍ଡବ

ରଚି ଚାଲି ଯାଉଛି।

ହଜିଯାଇଛି ଆଶା,ଉଡିଯାଉଛି ହଂସା

ନିଶ୍ଚିହ୍ନ ହୋଇଯାଇଛି ଭରସା।

ସବୁ କିଛି ଛିନ୍ନବିଛିନ୍ନ ତ

ସବୁକିଛି ଛିନ୍ ଛତ୍ର।

ମୂକସାକ୍ଷୀ ଆଜି ଦଣ୍ଡାୟମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍