STORYMIRROR

Debabrata Mishra

Others

3  

Debabrata Mishra

Others

ମୁଖା

ମୁଖା

1 min
243


ବିଧିର ବିଧାନ ବିଶ୍ୱନାଟକର ମହାନିଦ୍ଦେର୍ଶକଙ୍କ ନିର୍ଦ୍ଦେଶରେ

ଛୋଟବଡ଼ ଭୂମିକା ନିର୍ବାହ ପାଇଁ ଏହି ରଙ୍ଗମଞ୍ଚେ ପଦାର୍ପଣ,

ନିଜ ନିଜ ଭୂମିକାକୁ ନେଇ ସବୁ ଏଠି ଅସନ୍ତୁଷ୍ଟ ପିନ୍ଧନ୍ତି ମୁଖା

ଅନ୍ୟଏକ ଚରିତ୍ରର ବେଶେ ନିଜକୁ ଲୁଚାଇ କରି ଆଚରଣ,

ନାଟକ ଭିତରେ ନାଟକ ମୁଖା ଭିତରେ ମୁଖା ଆଉଏକ ଦେଖ

କିଏ ଲୁଚାଏ ପାପ କିଏ ଲୁଚାଏ ପୂଣ୍ୟ ନିଜେ କରେ ଦର୍ଶନ,

କିଛି ଧନୀ ଗରୀବ ବେଶେ କିଛି ଗରୀବ ଏଠି ଧନୀ ବେଶରେ

ପ୍ରତି ମୁହୂର୍ତ୍ତରେ ମଣିଷ ଖୋଜୁଛି ଏକ ସୁଖର ଶାନ୍ତିର ଜୀବନ,

ମିଛକୁ ତ ସମ୍ମାନ ମିଳିଚାଲିଛି ଅବଶ୍ୟ ସେ ବି ମିଛ ସ୍ୱାର୍ଥେ

ସତ୍ୟର ପୂଜାରୀ ଜନ ମିଛର ପାହାଡ଼େ ହୋଇ ଦଣ୍ଡାୟମାନ,

ଅଭିନେତା ନିଜକୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବି କି ହେବ

ରଙ୍ଗମଞ୍ଚେ ନିଃଶବ୍ଦ ତାଳି ଜୀବନ ଚଳଚ୍ଚିତ୍ରେ ଦର୍ଶକ ଯେ ଶୂନ।



Rate this content
Log in