STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ମୁଖ ପୁସ୍ତିକାର ଭିତିରି କଥା

ମୁଖ ପୁସ୍ତିକାର ଭିତିରି କଥା

1 min
13.8K


ଶୁଣହୋ ସୁଜନେ ଯାହା ମୁଁ କହୁଛି

ମୁଖ ପୁସ୍ତିକାର କଥା

ଶୁଣିଲେ ଜାଣିବ ଅସଲ ଗୁମର

ବିଚଳିତ ହେବ ମଥା ।।

ପୁଅ ପିଲା ଏଠି ଝିଅ ନାଆଁ ଦେଇ

ଏକାଉଣ୍ଟୁ ଖୋଲିଥାଏ

ଝିଅ ଫଟୋ ଦେଖି ନୁଙ୍ଗୁରା ମାନଙ୍କ

କମେଣ୍ଟ ତ ବଢିଥାଏ ।।

କିଏ ଏଠି ପୁଣି ଚିକଣ କଥାରେ

କିଣୁଚି ଝିଅଙ୍କ ମନ

ରାଜନୀତି କରି ପରଘରେ କା'ର

ଚୁଗୁଲିରେ ଯାଏ ଦିନ ।।

ଆଉ ଦଳେ ଥିବେ ନିପଟ ବେହିଆ

ଦାନ୍ତକୁ ନିକୁଟି ଥିବେ

ଟିକିଏ ପ୍ରଶ୍ରୟ ମିଳିଲେ ହିଁ ସିଏ

ସବୁ କିଛି ଲୁଟିନେବେ ।।

କିଏ ଲେଖୁଥାଏ ନୀତିବାଣୀ ହେଲେ

ନିଜେ ସେତ ନୀତିଭ୍ରଷ୍ଟ

ମୁଖ ପୁସ୍ତୀକା ରୁ ସମ୍ପର୍କ ବଢ଼େଇ

କରନ୍ତି ପ୍ରେମ ଲମ୍ପଟ ।।

ଆଉ ଥୋକେ ଏଠି ଲୋକଙ୍କୁ ଲଗେଇ

ମାରନ୍ତି ପଛୁଆ ନାତ

ଯାହା ତାହା ଲେଖି ଛାନ୍ଦହୀନ ଲେଖା

କହନ୍ତି ଇୟେ ତ ଗୀତ ।।

ସାଧୁ ସାବଧାନ ଚୁଗୁଲିଆ ଯେତେ

ମୁଖ ପୁସ୍ତୀକାରୁ ଚିହ୍ନ

ଜମାରୁ କେବେ ବି ଛାଡନାହିଁ ତାଙ୍କୁ

ରଖି ନିଜ ସ୍ୱାଭିମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍