STORYMIRROR

Pinku Ranbida

Others

3  

Pinku Ranbida

Others

ମୁଇଁ ଗୁଟେ ରାଜା

ମୁଇଁ ଗୁଟେ ରାଜା

1 min
214

ଭୁତା ଟଙ୍ଗେର୍ ଥି'ବି କାଠ୍ ଫଟାଲେ

ଝଟ୍'କରି ଗଲା ଫାଟି,

ବଡ୍ ହାତୀକେ ଭି ଡରେଇ ଦେଲି

ହେଇକରି ସାନ୍ ଚାଟିଁ ।


ନାଇଁ ପଢି ମୁଇଁ ପାଠ୍,ସାଠ୍ ହେତେ

ଆଏ ସମ୍'କର୍ ରଜା,

ଯେନ୍ ଆଡେ ପାହା ପକେଇ ଦେଇଛେ

ମୋର୍ ପଛେ କେତେ ପର୍'ଜା।


ଉଲଟା ପୁଲଟା କରିଦେସୁ ସଭୁ

ମନ୍'କେ ଆଏଲା ଯାହା,

ଭୁଲ୍ ହେଇଥିଲେ ଭି ଲୋକ୍ କହେସନ୍

ରଜା ହେଇଛନ୍ ସାହା ।


ସମ୍'କେ ମୋର୍ ହାତେ,ହାତେ ରଖିଛେ

କାହାକେ ନାଇନ ଡର୍,

ବଡ୍,ବଡ୍ ସରକାରୀ ଚାକିରିଆ

ଆଏସନ୍ ମୋର୍ ଘର୍ ।


ଭୋଟ୍ ଜିତିକରି ନେତା ବନିଗଲି

ମତେ ଅଛନ୍ ଲୋକ୍ ଯୁଗି ,

ଏଛେନ୍'କା ମୁଇଁ ଗୁଟେ ରଜା ଆଏଁ 

ପାଂଚ୍ ବଛରର୍ ଲାଗି ।


Rate this content
Log in