STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ମୁହରମ୍

ମୁହରମ୍

1 min
343

ଇସଲାମ ଧର୍ମ ପ୍ରଥମ ମାସରେ ପଡେ ମୂହରମ୍ ପର୍ବ

ତ୍ୟାଗ ବଳିଦାନ ଦିବସ ଏ ନୁହେଁ କରିବାର ଏଥି ଗର୍ବ  

ତାଜିଆ ବାହାରେ ବସ୍ତି ପରିକ୍ରମା କରନ୍ତି ଧର୍ମାବଲମ୍ବୀ

ଶରୀର ଉପରେ ନିର୍ଯ୍ୟାତନା ପ୍ରାୟଶ୍ଚିତ ମନେ ଭାବି  

ମୌଜ ମଜଲିସ୍ ମଦ୍ୟପାନ ସବୁ ହାରାମ୍ ଇସଲାମରେ

ନାଚ ଗୀତ ମନା ଦାନ ମହାପୁଣ୍ୟ ସେ ଧରମ ବିଚାରରେ  

ମୁହରମ୍ ମାସେ ଯୁଦ୍ଧ କରିବା ମନା ସେହି ଧରମରେ

ଏପରି ମହତ ବାଣୀକୁ ପାଖଣ୍ଡ ନିନ୍ଦୁଛି ଅନାୟାସରେ  

ପଡୋଶୀ ଆମର ଭଗାରୀ ସାଜିଛି ସୈନ୍ୟ ଠୁଳ କରେ ସୀମା

ମୁହରମ ମାସ ଜାଣିବି ଚଣ୍ଡାଳ ଲଂଘୁଅଛି ନିଜ ସୀମା  

ଯୁଦ୍ଧ ରକତପାତ ଶୁଣାନାହିଁ କେଉଁ ଧରମର ବାଣୀ

ତଥାପି ପଡୋଶୀ ଅନ୍ଧ ହୋଇ କହେ ଟିକିଏ ଚନ୍ଦର କାଣୀ !!

ତ୍ୟାଗ ବଳିଦାନ ମନେପକା ଭାଇ ଭାଇକୁ ଭଗାରୀ କଲେ

ଜୋକ ପରି ମୁଖେ ଲୁଣ ଜାକିଥିବ ଏଦେଶ ଜନତା ବୋଲେ  

ଧରମ ଶିଖାଉ ପ୍ରେମ ମୈତ୍ରୀ ଭାବ ନହୁଅ କୁପଥଗାମୀ

ସବୁଜ ପତାକା ଶାନ୍ତିର ପ୍ରତୀକ ହୁଅ ଶାନ୍ତି ପଥଗାମୀ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍