STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ମୁଦ୍ରିତ ମିଳନ -ଦୁଇ

ମୁଦ୍ରିତ ମିଳନ -ଦୁଇ

1 min
1.0K




ଉଆଁସୀ ରାତିର ନିର୍ଜନ ପ୍ରହରେ

ନିରବେ ନିରେଖି ଚାହିଁ ଚାନ୍ଦ କୁ

ନୟନ ଲୋତକ ନିଗାଡି ଖୋଜୁଛି

ରାଇ ହୃଦ କୋଣେ ନିଜେ ନିଜକୁ...


ପଚାରେ ଚାନ୍ଦ କୁ -"କହ ଲୋ ଚନ୍ଦ୍ରମା ,

କାହିଁ ଗଲେ ମୋର ପ୍ରିତି ନାଗର

ଦିନ ଟିଏ କହି କେତେ ଯୁଗ ହେଲା

ଫେରିଲେନି କିଆଁ ସେ ଗୋପପୁର ..??"


କମ୍ପିତ ସ୍ପନ୍ଦନ ନୀରବି ଗଲା କି

ରାଇ ପ୍ରଶ୍ନବାଣେ ପାଇ ପ୍ରହାର

ଜୋଛନା ନୀରବ ଭାବନା ନୀରବ

ନୀରବି ଗଲା ସେ ରାତ୍ର ପ୍ରହର...


ମଳୟ ନୀରବ ଯମୁନା ନୀରବ

କୋକୀଳ ବୋଲୁନି ତା କୁହୁ ତାନ

ଲତା ବହଳ ରେ ବିରହ ର ଛାୟା

ଭାସୁ ନାହିଁ ବୋଲି ବଇଁଶୀ ସ୍ୱନ...


ଅଭିମାନୀ ରାଇ ଅଭିମାନ ନେଇ

ଧାଇଁ ଧାଇଁ ଖୋଜେ ଲତା ଗହଳେ

କପଟିଆ କାହ୍ନୁ ଗୋପାଙ୍ଗନା ସଙ୍ଗେ

ରାସ କରୁନି ତ ଭାବ ବିହ୍ଵଳେ ..??


ହା-ହତାଶ ର ମରୁ ବାଲି ଝଡ

ତା ସୁପ୍ତ ସପନ ନିଏ ଉଡେଇ

କେଳିକୁଞ୍ଜେ ଖାଲି ସାଉଣ୍ଟି ଧରୁଛି

କହ୍ନେଇ ପ୍ରେମ କୁ ବାତୁଳ ରାଇ...


ସପ୍ତ ସ୍ୱର ଭେଦି ଯାଇ ପାରୁ ନାହିଁ

ମାନସୀ ରାଧା ର ମାନ ପ୍ରାଚୀର

କା ସଙ୍ଗେ ରହିଲେ ତା ସଙ୍ଗ ନାଗର

ହାତ ଛାଡି ଦେଇ ପିରତି ଚୋର...


ମାନିନୀ ରାଧିକା ତପ୍ତ ଅଶ୍ରୁଜଳ

ଯମୁନା ନଇ ର କୂଳ ଉଜାଡି

ସେନେହ ପିରତି ଲହରୀ ପରାୟ

ଧୈର୍ଯ୍ୟ ବନ୍ଧ ଭାଙ୍ଗି ଯାଉଛି ବଢି...


କାହିଁ ଗଲ ଆହେ କପଟି ଠାକୁର

ଥରୁଟିଏ ଆସ କେଳିକୁଞ୍ଜ କୁ

ଅଭିମାନୀ ରାଇ ଅଭିମାନ ଭାଙ୍ଗି

ରାସ ରଙ୍ଗେ ଭର ସାରା ପୃଥ୍ବୀକୁ...


×-×-×-×-×-×-×-×-×-×-×-×



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍