STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

ମଶାଣୀ କହୁଛି

ମଶାଣୀ କହୁଛି

1 min
340

ମଶାଣୀ କହୁଛି

ରେ ମାନବ! କାହିଁକି ଏ ଆତ୍ମବଡିମା

କାହିଁକି ଏ ଅହଂକାର

କାହିଁକି ଏ କପଟତା

ଥରେ ବୁଲି ଆସ ମୋ ସହିତ ଭେଟିବାକୁ

ଥରେ ଦେଖି ଆସ ମୋ ବକ୍ଷକୁ

କେତେ ଅହଂକାର କେତେ ଆତ୍ମବଡିମା

କେତେ କପଟତା କେତେ କୂଟୀଳତା

ମାଟିରେ ମିଶିଛି ନାହିଁ ତା'ର ଅସ୍ତିତ୍ୱ କିଛି ମୋ ସାମ୍ନାରେ।

ମଶାଣୀ କହୁଛି 

ରେ ମାନବ! କାହିଁକି ଏ ଲୋଭ

କାହିଁକି ଏ ଧନ ଗର୍ବ

କାହିଁକି ଏ ମିଛ ମୋହ

କିଛି ବି ରହିବ ନାହିଁ ତୋହର ପାଶେ

ବିନା ବସନରେ ଆସିଥିଲୁ

ବିନା ବସନରେ ଚାଲି ଯିବୁ

ଧନକୁ ଲଉଡି କରି ଚାଲିଛୁ ମୋହ'ର ମିଛ ରାସ୍ତାରେ।

ମଶାଣୀ କହୁଛି 

ରେ ମାନବ! ପଢି ଦେଖ୍ ଅତୀତର ପୃଷ୍ଠା

ମେଲାଇ ଦେ ପୁରାଣର କଥା

କେହି ବି ରହି ନାହିଁ ସମୟର କରାଳ ଚକ୍ରରେ

ନା ରହିଛି ସେ ଦଶାନନ

ନା ରହିଛି ଦୂର୍ଯ୍ୟୋଧନ

ନା ରହିଛି ହିରଣ୍ୟ କଶ୍ୟପୁ

ମିଛ ଆତ୍ମ ବଡିମାର ଡିଣ୍ଡିମ ପିଟି

ସେମାନେ ମୋ ଆଗେ ନତ ମସ୍ତକ ହୋଇ ଯାଇଛନ୍ତି।

ମଶାଣୀ କହୁଛି

ରେ ମାନବ!ଡରୁଛୁ କି ତୋ ମୃତ୍ୟୁକୁ

ଭାବୁଛୁ କି ତୁ ଅମର

ମୃତ୍ୟୁ ହିଁ ଚିରନ୍ତନ

ମୁଁ ମୂକସାକ୍ଷୀ ତୋ ମୃତ୍ୟୁର

ମୁଁ ମୂକସାକ୍ଷୀ ତୋ କର୍ମର

ମୁଁ ମୂକସାକ୍ଷୀ ତୋ ନିର୍ଜୀବ ଶରୀରର ଅନ୍ତ'ର

ପଞ୍ଚଭୂତରେ ଲୀନ ହୋଇ ଯିବୁ ମୋହର କୋଳରେ।

ମଶାଣୀ କହୁଛି

ରେ ମାନବ! ଶେଷ ଓ ଏକ ଅନୁରୋଧ 

ଛାଡି ଦେ ବୃଥା ଅଭିମାନ

ଛାଡି ଦେ କପଟପଣକୁ

ଛାଡି ଦେ ଅନ୍ୟ ଭିତରର ଦୋଷ ଦୂର୍ବଳତା ଦେଖିବା

କରୁ'ଥା ଆତ୍ମ ସମୀକ୍ଷା ନିଜ ମନୋଭାବନାର

ଚେଷ୍ଟା କର ରହିବାକୁ ଇତର ହୃଦୟରେ

ଏକ ଛୋଟିଆ ମୂଲ୍ୟବାନ ସ୍ମୃତି ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍