STORYMIRROR

Kali Kumar

Others

4  

Kali Kumar

Others

ମଶାଣି ତୁଳସୀ

ମଶାଣି ତୁଳସୀ

1 min
560


ଜୁଇର ନିଆଁରେ ମୋ ଏନ୍ତୁଡ଼ି ଜଳେ

ଜନମ ସେଇ ଅମଡ଼ା, ମଶାଣି କୋଳେ

ସାକ୍ଷୀ ରୂପରେ ମୁଁ ଛିଡ଼ା, ଅହ ଦିବା ନିଶି

ନାମ ଗୋଟିକ ମୁଁ ପାଇଛି, 'ମଶାଣି ତୁଳସୀ' ।୧।


ଦେହେ ମଶାଣିର ଧୂଆଁ ବୋଳି ହୋଇ

ରୂପଟି ମୋହର ହୋଇଲା କଳା,

ଉନ୍ମୁକ୍ତ ଆକାଶ ବକ୍ଷରୁ, କେତେ ସହିଛି

ଗ୍ରୀଷ୍ମ,ବର୍ଷା,ଶିଶିର ହିମଶିଳା ।୨।


ତୁଚ୍ଛ ମୋ ପରିଚୟ ଏ ସଂସାର ଭିତରେ

ମଶାଣିରେ ଜନମି ପୁଣି ମଶାଣିରେ ମରେ

ଲାଗେ ନାହିଁ କେଉଁ ଦେବା ଦେବୀର ପୟରେ

ଅଭିଶପ୍ତ ଜୀବଟିଏ ମୁଁ, ଏ ସୃଜନ ମଧ୍ୟରେ ।୩।


ରଙ୍ଗ ଢଙ୍ଗ ରୂପ ନାମରୁ ଲାଗେ ମୁଁ ଏକା ପରି

କେଉଁ ଗୁଣେ ମୁଁ ନୁହେଁ, 'ଅଗଣା ତୁଳସୀ'ର ସରି 

ସେ ଅଟଇ ମଉଡ଼ମଣି, ଜଗନ୍ନାଥ ଜୀଉଙ୍କର

ନିକୃଷ୍ଟ,ଅସ୍ପୃଶ୍ୟ,ଦୀନ,ହୀନର ଅଟେ ଜୀବନ ମୋର ।୪।


ନା ଅଛି ଖଦ୍ୟୋତ ପରି ଜ୍ୟୋତି

ନା ଅଛି ବନ ମଲ୍ଲୀର ଖ୍ୟାତି

ନା ଅଛି ପରିଚୟ, ମୋ ନିଜ ଅସ୍ତିତ୍ବର

ନିଶ୍ଚିହ୍ନ ନିଷ୍ପ୍ରଭ ମୋ, ଜୀବନେ ଅଭିସାର ।୬।


ଛିନ୍ନ ହେଲେ ଜୀବନ ରଜ୍ଜୁ, 

ମଳିନ ଯେ ସମ୍ପର୍କ ପର - ଆପଣା

ଅନ୍ତେ ଖୋଜି ଆସନ୍ତି ସଭିଏଁ,

ପରିଚିତ ଅମଡ଼ା ମଶାଣି ଠିକଣା ।୭।


ଅପବିତ୍ରେ ଜନମ ବୋଲି

ନିଷେଧ ମତେ ଘର ଅଗଣା

କି ପାଇଁ ହୁଏ ମୁଁ ତେବେ, 

       'ତୁଳସୀ'ରେ ଗଣା ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍