STORYMIRROR

Santanu kumar Meher

Others

4  

Santanu kumar Meher

Others

ମଶା

ମଶା

1 min
116


ମଶା,

ପାହାନ୍ତି ରାତିରେ

ନିଦଭାଙ୍ଗି ଦେଇ

ବିଛଣାକୁ ମୋର ଆସି ।

ସର୍ବାଙ୍ଗ ଶରୀର

ଚୁମ୍ବନ ଖେଳି

ପାଇଗଲ କେତେ ଯେ ଖୁସି ।।୧।।

କେଉଁ ଅପରାଧେ,

ନେଇଗଲ ମୋର

ରକତ ନିଗାଡ଼ି ଶୋଷି ।

କିଛି ମୁହୂର୍ତ୍ତକୁ,

ଉପଭୋଗ କରି

ପାଇଗଲା ରାତି ଫାଶୀ ।।୨।।

ଅନ୍ଧାରରେ ନୀତି,

ଆସି ବସିଯାଅ

ନିରୋଳା-ଉଷ୍ମତା ଦେହରେ ଘଷି ।

ଜୀବନକୁ ନେଇ,

ସାରା ରାତି ତମେ

ହୋଇଯାଅ ଗୋଟେ ଦୋଷୀ ।।୩।।



Rate this content
Log in