STORYMIRROR

Srinibas Mahalik

Others

2  

Srinibas Mahalik

Others

ମଶା

ମଶା

1 min
13.5K



 ସମସ୍ତେ ଜାଣନ୍ତି ସମସ୍ତେ କୁହନ୍ତି

  ଜୀବ ହତ୍ୟା କଲେ ପାପ

 ତଥାପି କାହିଁକି ମଶାଙ୍କୁ ମାରିକି

  କରୁିଛନ୍ତି ତାଙ୍କୁ ଲୋପ..

  ଏହା ନୁହେଁ କ'ଣ ପାପ..

 ନାଁ, ମଶାମାନେ ଜୀବ ନୁହେଁ ସବୁ

  ବାଲି ଗୋଡି ପାନ ଛେପ ।।


 କୁକୁଡା ଛେଳିଙ୍କୁ ମାରିକି ଖାଇଲେ

  କୁହନ୍ତି କି ସିଏ ପଦେ

 ତା'ହେଲେ କାହିଁକି ମଶାକୁ ମାରୁଛ

  ନେଇଗଲେ ରକ୍ତ ବୁନ୍ଦେ..

  ଗୁହାରି ଚରଣ ବିନ୍ଦେ..

 ମଣିଷଙ୍କ ଏହି ଅନ୍ୟାୟ ଦେଖିକି

  ମଶା ଆଜି ତାଙ୍କୁ ନିନ୍ଦେ ।।


Rate this content
Log in