STORYMIRROR

Srinibas Mahalik

Others

2  

Srinibas Mahalik

Others

ମଶା

ମଶା

1 min
13.5K


ବଡ଼ ବଡ଼ ସବୁ ହିଂସ୍ର ଜନ୍ତୁଙ୍କୁ 

ମଣିଷ କରିଲା ପୋଷା

ଛୋଟିଆ ଜୀବକୁ ଭୟ କରିଗଲା

ନାଆଁଟା ତାହାର ମଶା ।୧।

ଅନ୍ୟ ଜୀବଙ୍କୁ ସାହସୀ ମଣିଷ

ପିଞ୍ଜରାକୁ ଦେଲା ଠେଲି

ମଶାକୁ ଡରିକି ରାତିରେ ମଣିଷ

ଶୋଉଛି ମଶାରି ଖୋଲି ।୨।

ବିନା ଦାନ୍ତରେ ସେ କାମୁଡ଼ି ଦେଇକି

ମଣିଷଙ୍କୁ ଦିଏ ରୋଗ

ମଶା ପାଇଁ ବହୁ କମ୍ପାନୀ ଖୋଲିକି

ବଞ୍ଚନ୍ତି ଅନେକ ଲୋକ ।୩।

ମଣିଷ ମଶାଙ୍କ ରକ୍ତ ସମ୍ପର୍କୀୟ

ତେଣୁ ରକ୍ତ ଦିଆନିଆ

ବଦଳରେ ମଶା ଉପହାର ଦିଏ

ଡେଙ୍ଗୁ ସହ ମ୍ୟାଲେରିଆ ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍