STORYMIRROR

rasmi maye pati

Others

3  

rasmi maye pati

Others

ମରୁଭୂମି

ମରୁଭୂମି

1 min
259

ଦେହ ମୋର ମରୁଭୂମି

 ଶୂନ୍ୟ ଜଳାଶୟ

ଚାରିପଟେ କାକଟସ୍ 

  କଣ୍ଟା ଗଛମୟ।।।।।


ବିସ୍ତୀର୍ଣ୍ଣ ବାଲି ପ୍ରାନ୍ତର

   ସାଥେ ଓଟ କୁଜ

ଅନ୍ୟାୟର ଚର୍ବି ମେଞ୍ଚା 

  ବାନ୍ଧିଚି ଜମାଟ।।।


ପାପର ଖଜୁରୀ କଣ୍ଟା 

  କଳା ସପ୍ତଫେଣୀ

ଅନ୍ୟାୟର ବାଲି ଝଡ଼

  ହାହାକାର ପାଣି।।।


ତଣ୍ଟି ଶୁଖି ଯାଏ ଖାଲି

  ଦେହ ଝାଇଁ ଝାଇଁ

ତାତିଲା ବାଲିରେ ପାଦ

  ଫୋଟକା ହେଲାଣି।।


ଅନ୍ଧକାର ଧୂଳି ଝଡ଼

  ଆଖି ସାରା ବାଲି

ପାପ ଅନ୍ଧକାର ଛନ୍ନ 

  ହାହାକାର ଖାଲି।।।


କରୁଣାର ବାରି ଧାର

  ସିଞ୍ଚ ଦୟା ମୟ

ମରୁ ପ୍ରାନ୍ତେ ଦେଖା ଯିବ

 ପୂର୍ଣ୍ଣ ଜଳାଶୟ।।।


ପାପର ଖଜୁରୀ କଣ୍ଟା

  ଫୁଲ ହୋଇ ଯିବ

ଧୂଳି ଝଡ଼ ଲିଭି ଯିବ

  ବସନ୍ତ ହସିବ।।।।


କାକଟସ୍ କଣ୍ଟା ଲିଭି

  ଫୁଟି ପାରିଜାତ

ସ୍ୱର୍ଗ ସୁଖ ବରଷିବ

  ଝରିବ ଅମୃତ।।।।


ତୁମ ଦାନେ ମରୁଭୂମି

  ତରୁ ପଲ୍ଲବିତ

କୃପା ବର୍ଷା କର ପ୍ରଭୁ

  ଜଗତର ନାଥ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍