STORYMIRROR

Bibhu Samanta

Others

4  

Bibhu Samanta

Others

ମୃତ୍ୟୁଞ୍ଜୟ

ମୃତ୍ୟୁଞ୍ଜୟ

1 min
484


ଜୀବନ ଯଜ୍ଞରେ ନିଶ୍ୱାସ ଆହୁତି

ସେ ନୀତି ନୀତି ଢାଳୁଥାଏ

ସମୟ ମଣ୍ଡପେ ତ୍ୟାଗର ସମିଧ

ଧୂପ ହୋଇ ବାସୁଥାଏ

ବିଳାସୀ ବେଳାରେ କାମନା ବାସନା

ଦୀପ ସାଙ୍ଗେ ଜଳୁଥାଏ

କିଏ ଯଜମାନ କିଏ ପୁରୋହିତ

ଆତ୍ମା ଏକା ସାକ୍ଷୀ ଇନ୍ଦ୍ରିୟ ଇଙ୍ଗିତେ

କର୍ତ୍ତା କର୍ମ କରୁଥାଏ ।।


ଯଜ୍ଞରୁ ବୃଷ୍ଟି

ବୃଷ୍ଟି ରୁ ସୃଷ୍ଟି

ସୃଷ୍ଟି ରୁ ସୃଜନୀ

ସୃଜନୀର ହାତ ଧରି 

ଛବି କେତେ ଅଙ୍କା ହୁଏ ।।


ପାପ ପାଇଁ ଭୟ

ଭୟ ରୁ ବିଜୟ

ବିଜୟର ପଦଚିହ୍ନେ

ମାୟା ପରା ଟାଣିନିଏ

ନବପଲ୍ଲବ କଲ୍ଲୋଳିନୀ ତୀରେ

ଛାଏଁ ସେ ଅଟକିଯାଏ ।।


ଜ୍ଞାନର ଗାଣ୍ଡୀବେ

ବିବେକର ଶର

ଲକ୍ଷ୍ୟଭେଦୀ ଜିତେ ଋତୁ ସ୍ୱୟଂବର

ମୃତ୍ୟୁଞ୍ଜୟ ସିନା ସିଏ

ନବୀନ ଆଲୋକେ ନବ ଦିଗନ୍ତଟେ

ନୂଆ ନୀଡ଼ ଖୋଜୁଥାଏ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍