ମୃତ୍ୟୁ
ମୃତ୍ୟୁ
ବଞ୍ଚିବା ଏକ କଳା
ମରିବା ଏକ ଚାନ୍ସ
ଏନ୍ତୁଡ଼ିଶାଳରୁ ଶ୍ମାଶନ ଯାଏ
ଲମ୍ବା ଏକ ଯାତ୍ରାର ନାମ ଯଦି ଜୀବନ ହୁଏ
ତେବେ ଜୀବନ ହାଟରେ କିଣାବିକା ଚାଲୁଥାଏ
ଆବଶ୍ୟକ ଛୋଟବଡ଼ ଦ୍ରବ୍ୟ ଆଉ
ଏକାଧିକ ଆନୁସଙ୍ଗିକ ବ୍ୟବସ୍ଥାର
ଖୁବ ମୁଖସ୍ଥ କରୁଥିବା ପଣକିଆ
ଆଉ ସମ୍ପର୍କର ବ୍ୟାକରଣ କୁ କଣ୍ଠସ୍ଥ କରୁ କରୁ.
ସାଇତା ଆୟୁଷ ସାରି ସରି ଆସେ
କରିବାର ଅନେକ ବାକିରହି ଯାଏ
ପାଇବାର ଏକାଧିକ ସଂଖ୍ୟା ଖାଲି
ନିଶ୍ୱାସ ଉପରେ ବିଶ୍ୱାସ କେବେ ଥିଲା ଯେ
ଆଜି ତାକୁ ଗଣି ହୁଅନ୍ତା
ଏବେ ଖାଲି କେତେଟା ଭଙ୍ଗା ବିଶ୍ୱାସ
ପଙ୍ଗୁ ସ୍ବପ୍ନ
ଅଥର୍ବ ଇଚ୍ଛା
ଦରମଲା ମନ
ଆହତ ମନ
ଆଦ୍ର ଆଖି
ନଙ୍ଗଳା ଶରୀର
ତାକୁ ହିଁ ଜାବୁଡି ପଡିଛି ମଣିଷର ଛାଇ ଟିଏ
କେବଳ ଲୋଡ଼ା ଛଅ ଫୁଟ ବାଉଁଶ ଚାରିଟି
ଅଵା କଳା କଫିନ ଟିଏ
ଆଉ ସଫେଦ ଏକ କଫନ
ଯିବାକୁ ହେବ ଶ୍ମାଶନ
ଅବ କବର ଖାନା
ଅନ୍ତିମ ଶୟନ ସ୍ଥାନ ଅବ ଶେଷ ବିଶ୍ରାମର ସ୍ୱର୍ଗ
