STORYMIRROR

ମିତା ପଟନାୟକ

Others

4  

ମିତା ପଟନାୟକ

Others

ମୃତ୍ୟୁ

ମୃତ୍ୟୁ

1 min
365

ବଞ୍ଚିବା ଏକ କଳା

ମରିବା ଏକ ଚାନ୍ସ

ଏନ୍ତୁଡ଼ିଶାଳରୁ ଶ୍ମାଶନ ଯାଏ

ଲମ୍ବା ଏକ ଯାତ୍ରାର ନାମ ଯଦି ଜୀବନ ହୁଏ

ତେବେ ଜୀବନ ହାଟରେ କିଣାବିକା ଚାଲୁଥାଏ

ଆବଶ୍ୟକ ଛୋଟବଡ଼ ଦ୍ରବ୍ୟ ଆଉ

ଏକାଧିକ ଆନୁସଙ୍ଗିକ ବ୍ୟବସ୍ଥାର

ଖୁବ ମୁଖସ୍ଥ କରୁଥିବା ପଣକିଆ

ଆଉ ସମ୍ପର୍କର ବ୍ୟାକରଣ କୁ କଣ୍ଠସ୍ଥ କରୁ କରୁ.

ସାଇତା ଆୟୁଷ ସାରି ସରି ଆସେ

କରିବାର ଅନେକ ବାକିରହି ଯାଏ

ପାଇବାର ଏକାଧିକ ସଂଖ୍ୟା ଖାଲି


ନିଶ୍ୱାସ ଉପରେ ବିଶ୍ୱାସ କେବେ ଥିଲା ଯେ

ଆଜି ତାକୁ ଗଣି ହୁଅନ୍ତା

ଏବେ ଖାଲି କେତେଟା ଭଙ୍ଗା ବିଶ୍ୱାସ

ପଙ୍ଗୁ ସ୍ବପ୍ନ

ଅଥର୍ବ ଇଚ୍ଛା

ଦରମଲା ମନ

ଆହତ ମନ

ଆଦ୍ର ଆଖି

ନଙ୍ଗଳା ଶରୀର

ତାକୁ ହିଁ ଜାବୁଡି ପଡିଛି ମଣିଷର ଛାଇ ଟିଏ

କେବଳ ଲୋଡ଼ା ଛଅ ଫୁଟ ବାଉଁଶ ଚାରିଟି

ଅଵା କଳା କଫିନ ଟିଏ

ଆଉ ସଫେଦ ଏକ କଫନ

ଯିବାକୁ ହେବ ଶ୍ମାଶନ

ଅବ କବର ଖାନା

ଅନ୍ତିମ ଶୟନ ସ୍ଥାନ ଅବ ଶେଷ ବିଶ୍ରାମର ସ୍ୱର୍ଗ



Rate this content
Log in