ମୃତ୍ୟୁ
ମୃତ୍ୟୁ
1 min
212
ପ୍ରାଣୀଙ୍କ ଜୀବନ ଗଢନ୍ତି ଈଶ୍ୱର
ଜୀବନ ସତ୍ତା ବି ତାଙ୍କରି ହାତର
ଗଢ଼ିବା ଭାଙ୍ଗିବା ସବୁ ତାଙ୍କ ଇଚ୍ଛାର
ଈଶ୍ୱର ହିଁ ସବୁ ଜୀବନ ଆଧାର।।
ମଣିଷ ଜନମ ଅଟେ ଶ୍ରେଷ୍ଠ ଜୀବନ
ଈଶ୍ୱର ହିଁ ସବୁ କରନ୍ତି ଜୀବର ସୃଜନ
ଜନମ ସାଥିରେ ଯୋଡ଼ା ମୃତ୍ୟୁର ସମନ
କରମ ଧରମ ସାଥେ ବନ୍ଧା ପ୍ରାଣୀର ଜୀବନ।।
ସୁକର୍ମ କରିଲେ ମିଳେ ବୈକୁଣ୍ଠ ଭୁବନ
କୁକର୍ମ କଲେ ମିଳେ ଯମରାଜଙ୍କ ଦର୍ଶନ
ମୃତ୍ୟୁ ଅଟେ ସତ୍ୟ କରୁଥିବା ସଦା ଚିନ୍ତନ
ନ୍ୟାୟ ଧର୍ମ ପଥେ ହେବା ନାହଁ ବିଚଳନ।।
ଧରଣୀବକ୍ଷେ ଜନମିଲେ ଥରେ ମୃତ୍ୟୁ ହିଁ ସୁନିଶ୍ଚିତ
ରହି ନାହିଁ କେହି ରହିବ ବି ନାହିଁ ଏହାହିଁ ଅଟଇ ସତ୍ୟ।।
