ମୃତ୍ୟୁ
ମୃତ୍ୟୁ
1 min
187
ବେଳ କି ଅବେଳ ସେତ
କିଛି ମାନେ ନାହିଁ,
ପାତ୍ର କି ଅପାତ୍ର ଜମା
ନିଘା କରେ ନାହିଁ।
ବିଚାର କରେନି କେବେ
ପାଚିଲା କି କଞ୍ଚା,
କ୍ଷଣକେ ସାଉଁଟିନିଏ
ଯାହାକୁ ତା' ଇଚ୍ଛା।
ବୁଝିଛି ଏତିକି ଏଇ
କବି ଅପଲତା,
ଜୀବନଟା ମୁଖବନ୍ଧ
ମୃତ୍ୟୁ ତ କବିତା।
ଜୀବନର ମୁଖବନ୍ଧ
ଡେଇଁ ଯିବା ପରେ,
ପଢିବାକୁ ହେବ ନିଶ୍ଚେ
ସେ କବିତା ଥରେ ।
