ମୃତ୍ୟୁ
ମୃତ୍ୟୁ
1 min
291
ବିପଦକୁ ସିନା ଏଡ଼ାଇ ଦେବ ହେ
ମୃତ୍ୟୁକୁ ଏଡ଼ାଇ ଦେଖ
ଜୀବନ କାଳରେ ବଞ୍ଚିଛ ଯେଵେହେ
ମୃତ୍ୟୁ ଠୁ କିଛି ଶିଖ........ l
ମାଗେନା କେବେ ସେ ମଖମଲ ଗଦି
ମାଗେନା ଚନ୍ଦନ କାଠ
ମାଗେନା କବର
ମାଗେନା ଦହନ
ମାଗେନା ସ୍ବର୍ଗକୁ ବାଟ....... l
ମାଗେନା କୁଟୁମ୍ବ
ପରିଜନ ବନ୍ଧୁ
ମାଗେନା ମିଥ୍ୟା ଲୁହ
ମାଗେନ ମିତ୍ର ଐରି କି ବୈରି
ମାଗେନା ଦର୍ଶକ ସୁଅ...... l
କେବଳ ମାଗେସେ ଚିରନିଦ୍ରା ତାର
ମାଟିମାଆ ଶରୀର କୋଳେ
କେବଳ ଚାହେଁ ଶାନ୍ତି ଶୟନ
ସତ୍ୟର ଅନ୍ତରାଳେ........ l
ମାଗିନାହିଁ କେବେ ମୃତ୍ୟୁ କାହାକୁ
କେବଳ ଦେଇଛି ଦାନ
ଶ୍ମଶାନ ଘାଟରେ ଚାରି କାଠ ପରେ
ଅଗ୍ନିରେ କରେ ସ୍ନାହାନ
ମିଳଇ ଦିବ୍ୟ ସ୍ଥାନ
ସ୍ବର୍ଗକୁ ଯାଇ ଦେବତା ଗହଳେ
ଜିଣଇ ଦେବତା ମନ.......... l
