ମୃତ୍ୟୁ
ମୃତ୍ୟୁ
1 min
216
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
କବୀର ବୀଣା ନିରବ ଆଜି, ଯାଇଛି ଛିଣ୍ଡି ତା ତାର,
କିବା ବାଜିବ ବିଚରା ବାଦ୍ୟ, ନାହିଁ ତାର ବାଦ୍ୟକାର l
ଝୁଲସି ଯାଇ ବଣ ନିଆଁରେ, କରୁଛି ଗଛ ଚିତ୍କାର,
ପଡ଼ିବି ଯେବେ କମାର ହାତେ, ପୋଡ଼ିବ ମୋତେ ଦ୍ଵିବାର l
କବିର, କୃଶ ହରିଣ ଦେହ, ପୋଖରୀ ଚୌଦିଗେ ଘାସ,
ସହସ୍ର ବ୍ୟାଧ ଚୌଦିଗୁ ଳକ୍ଷ୍ୟ, ଉପାୟ ତାହାର ନାଶ l
ପଞ୍ଚତତ୍ତ୍ଵରେ ଗଢ଼ା କଣ୍ଢେଇ, ସେ ପାଏ ମଣିଷ ନାମ,
ଚାରି ଦିନର ଆମେ ଅତିଥି, କିବା ଲୋଡ଼ା ଏତେ ଧାମ l
