STORYMIRROR

Prasanta kumar Hota

Others

2  

Prasanta kumar Hota

Others

ମର୍ତ୍ତ୍ୟରେ ଆଗତ ହୋଇ ନବାଗତ

ମର୍ତ୍ତ୍ୟରେ ଆଗତ ହୋଇ ନବାଗତ

1 min
510


ମର୍ତ୍ତ୍ୟରେ ଆଗତ ହୋଇ ନବାଗତ

ନୂଆ ବର୍ଷ ଉଣେଇଶ

ଅନ୍ତର ହୋଇବ ଅଠର ଆମଠୁ

ଏବେ ସେ ବିଦାୟ ବର୍ଷ।


ପ୍ରତି ବର୍ଷ ଅଟେ ସ୍ମୃତି ଚିହ୍ନ ମାତ୍ର

ଦିଏ ନାହିଁ ସିଏ କିଛି

ଦୁଃଖ ସୁଖ ଏକ ଆପେକ୍ଷିକ ଭାବ

ଆମେ ତାର ପ୍ରତିଛବି।


ଆଶା ଆମ ଦୁଃଖ ନେଇ ଦେବ ସୁଖ

ଆମ କର୍ମ କିର୍ତ୍ତି ପାଇଁ

ସୁଖ ସମୃଦ୍ଧିରେ ହରଷ ଆଣିବା

ଅଠର ବିଦାୟ ଦେଇ


ଜୀବନ ଅଳୀକ କେତେ କ୍ଷଣ ପାଇଁ

ଏବାରମ୍ଭ ଏବେ ଶେଷ

ରାଗ ରୁଷା ମାନ ଛାଡି ଅଭିମାନ

ଟିକିଏ ହସିବା ଆସ


ସମୟର ଚକ୍ର ନାହିଁ ତା ବିରତ

ଆମ ଏ ଜୀବନ ରଥ

ଦୁଇ ହଜାର ଉଣେଇଶ ମସିହା

ବର୍ଷ ମାତ୍ର ଏକ ପଥ


ସ୍ଵାଗତ କରିବା ଉଣେଇଶ ଆମେ

ଜୀବନୁ ଆଳସ୍ୟ ଭୁଲି

ଆସ ଆସ ଭାଇ ଭଉଣୀ ସଭିଏ

ପ୍ରଗତିରେ ଯିବା ଚାଲି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍