ମର୍ତ୍ତ୍ୟର ହିସାବ
ମର୍ତ୍ତ୍ୟର ହିସାବ
1 min
381
କାହା ମନରେ କେତେ ପାପ
ଅବା ପୂଣ୍ଯ
କିଏ ବା ବୁଝିଛି,
କିଏ କେତେ ସତ ଅବା ମିଛ
କିଏ ବା ମାପିଛି ।
ମାତ୍ର କେତେ ସ୍ବଚ୍ଛ ବା ମିଛ
ସ୍ବୟଂ ବିନା କିଏ ବା ଜାଣିଛି
କିନ୍ତୁ ସତ୍ଯକୁ ଲୁଚାଇ
ଅନ୍ୟକୁ ଠକାଇ ସେ
ବିଜୟୀ ବୋଲି ଆସ୍ଫଳନ କରୁଛି ।
କେତେ ପାପ କେତେ ପୂଣ୍ଯ
କେତେ ମୁକୁଳା କେତେ ଆବରଣ
ସବୁ ସେ ଦେଖୁଛି
ହୋଇ ଥାଉ ପଛେ ଯେତେ ବନ୍ଧୁର
ଦିନେ ନା ଦିନେ ତା ଛାତି ଚିରି
ସତ୍ଯ ସାମ୍ନାକୁ ଆସୁଛି ।
କର୍ମାନୁସାରେ ଜନ୍ମ ଲଭେ,
ବୁଝି ବି ଅବୁଝା ହେଉଛି ।
ଯେତେ ସବୁ ନେତ୍ର ରୁଚି
ଅଟେ ମାରିଚ ମାୟା
କିଏ ଅବା ବୁଝୁଛି
ସବୁ ସତ ମିଛ ପାପ ପୁଣ୍ୟ
ନେପଥ୍ୟରେ ସେ ହିସାବ କରୁଛି ।
