STORYMIRROR

Satyabati Swain

Children Stories

4  

Satyabati Swain

Children Stories

ମର୍ତ୍ତ୍ୟ ବୈକୁଣ୍ଠ

ମର୍ତ୍ତ୍ୟ ବୈକୁଣ୍ଠ

1 min
467

ସ୍ନେହର ସୁଧା ସରଗ ସୁଖ

ନିତି ଝରଇ ଯହିଁ

ମର୍ତ୍ତ୍ୟ ବୈକୁଣ୍ଠ ଅଟେ ଯା ନାମ

ଘରଟି ମୋର ସେହି।


ବିଶ୍ୱ ବ୍ରହ୍ମାଣ୍ଡ ଜୀଵ ଜଗତ

ସବୁରି ପାଇଁ ଲୋଡ଼ା

ଯେଉଁଠୁ ଶିଶୁ ଆରମ୍ଭ କରେ

ପ୍ରଥମ ପାଠ ପଢା।


ସେମିତି ଏକ ଘର ମୋହର

ଅଛି ଏ ଧରା ଧାମେ

ଚଳନ୍ତି ଦେବତା ଅଛନ୍ତି ତହିଁ

ବାପା ମାଆର ନାମେ।


ଜେଜେ ମାଆ ଜେଜେ ବାପା

ଘର ମୁଖିଆ ହୋଇ

ଦାଦା ଖୁଡି ଭାଇ ଭଉଣୀ ସହ

ସୁଖରେ ଅଛୁ ରହି।


ଏଇଠୁ ଶିଖୁ ଶିକ୍ଷା ସଂସ୍କାର

ଯେତିକ ଭଲ କଥା

ସହଭାଗିତା ବୁଝା ମଣା ଗୁରୁ

ଲଘୁଜନର କଥା।


ସ୍ନେହ ମମତା ଝରଣା ସଦା

ଏ ଘରେ ବହୁଥାଇ

ଭଲ ପାଇବା ଶ୍ରଦ୍ଧା ସମ୍ମାନର

ବୁହଇ ଏକ ନଈ।


ନିଜକୁ ମଣେ ଧନ୍ୟ ମୁଁ ଯେ

ଏମିତି ଘର ପାଇ

ମୋତେ ବଢ଼େଇ ସୁଜ୍ଞାନ ଦେଇ

ଯେ ମଣିଷ କରୁଥାଇ।


ଯେଉଁଠିକୁ ଗଲେ ଯାହା ବି ହେଲେ

ଏ ଘର ଭୁଲିବି ନାହିଁ

ଏଇ ତ ମୋର ସରଗ ପୁର 

ଏ ମୋ ଜନମ ଭୂଇଁ।



Rate this content
Log in