STORYMIRROR

Chinmay Behera

Others

3  

Chinmay Behera

Others

ମରି ବି ମରୁନି

ମରି ବି ମରୁନି

1 min
196

ଜହ୍ନ ଉଇଁ ଆସିଲେ

ବାଦଲ ଗୁଡା ଫିକା ପଡିଯାଆନ୍ତି

ଓଦା ମାଟିର ବାସ୍ନାରେ,

ମାଟି ଅଗଣାକୁ ଓହ୍ଲାଇ ଆସୁଥିବା

ମୋ କୁନି ପୁଅଟା - 

ତା ବୋଉର ପଣତକୁ ପାଟିରେ କାମୁଡ଼େ

କିଛି କହିବା ପୂର୍ବରୁ ।


ଚାରିହାତି ଗେରୁଆ ଗାମୁଛା

ଅଭାବର ବୈଶାଖୀ ଝଞ୍ଜାରେ

ତିନ୍ତି ତିନ୍ତି ଫାଟିଯାଏ ସିନା,

ହେଲେ ମୋ ଦନେଇ ଅଜା

ଫାଟିଗଲେ ବି -

ଫଟାଏନି ତା ହୃଦୟକୁ

ମାଟିରେ ଗଢି ରୋଷଣୀ ଜାଳୁଥିବା

ତା ପ୍ରତିଟି ହାଡକୁ ।


ରାତି ପାହିଲେ ସକାଳ

ରାମ ବନବାସ,

ମନ୍ଥରା ବୁଢ଼ୀର କୁମନ୍ତ୍ରଣା କୈକୟୀଙ୍କୁ...

ଲହଡି ଭାଙ୍ଗୁଥିବା ଧାନ କ୍ଷେତରେ

ଫମ୍ପା ପୌରୁଷର ପିଣ୍ଡଦାନ,

ଇଏ ଦେଖ ବେଳେ ବେଳେ ମରି ବି ମରୁନି

ଗୌତମଙ୍କ ନୟନ ଯୁଗଳେ

ଶରବିଦ୍ଧ କପୋତର ହା ହା କାର

ଆଉଯେତେ ଶୂନ୍ୟର ସଂହିତା ।



Rate this content
Log in