STORYMIRROR

Krushnapriya Mohapatra

Others

4  

Krushnapriya Mohapatra

Others

ମୃଗତୃଷ୍ଣା

ମୃଗତୃଷ୍ଣା

1 min
23K

   


ସମୟ ସରୀତ ବହେ ଅବିରତ

କ୍ଷଣେ କରେନାହିଁ ଅପେକ୍ଷା କାରେ।

ଧାଏଁ ଏ ଜୀବନ ସମୟ ସାଥିରେ

ମୃଗତୃଷ୍ଣା ପଛେ ପଥିକ ଯେହ୍ନେ


ତୃଷାତୁର ନେତ୍ରେ ମୃଗତୃଷ୍ଣା ଦିଶେ

କାଚକେନ୍ଦୁ ଜଳ ପୂର୍ଣ୍ଣ ସରସୀ

ପଥିକ ବିଚରା ଧାଇଁଥାଏ ବେଗେ

ଶୋଷ ମେଂଟେଇବା ପାଇଁ ଚାହିଁକି


ସମୟ କାହାକୁ ଅପେକ୍ଷା କରେନା

ଚାଲିଥାଏ ସିଏ ନିରବଛିନ୍ନ

ଚାଲ ସେମିତି ତୁମେ ତା ସହିତ

କରି ପାରିବ ଟି ଲକ୍ଷ୍ୟ ସାଧନ।


ନାହିଁ କା ଶକତି ଲଂଘି ପାରିବାକୁ

କାଳର କରାଳ ଗତିପ୍ରଖର

କେବଳ ସେତିକି ଥାଉ ମନେ ଚିନ୍ତା

ମୋହ ଠାରୁ ଦୂରେ ରୁହ ସତ୍ୱର।


ଜୀବନେ କେବଳ ନୁହେଁ ଏକା ଲକ୍ଷ୍ୟ

ଧନ, ମାନ ଆଉ ନିଜର ସ୍ଵାର୍ଥ।

ମୃଗତୃଷ୍ଣା ପଛେ ଧାଇଁବା ଟି ସାର

ଶୋଷ ମେଣ୍ଟେନାହିଁ କେବେ ଯଥାର୍ଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍