ମୋଟ ମନ ଛୋଟ ହେବ ଭାବିନି ଏତେ
ମୋଟ ମନ ଛୋଟ ହେବ ଭାବିନି ଏତେ
ମୋଟ ମନ ଛୋଟ ହେବ ଭାବିନି ଏତେ
ବଡ଼ କଥା ଲଘୁ ହେବ ଜାଣିନି କେତେ
..........ମୋଟ ମନ ଛୋଟ ହେବ
ଭାବିନି ଏତେ ! ୦ !
ସିନ୍ଧୁ ପୁଣି ବିନ୍ଦୁ ହେବ ବୁଝୁନି ଆଗ
ମିଠା କାଳେ ସିଠା ହେବ ସରୁନି ରାଗ
ଜହ୍ନ କାଳେ ଚିହ୍ନ ହେବ ଲାଗୁନି ମତେ
..........ମୋଟ ମନ ଛୋଟ ହେବ
ଭାବିନି ଏତେ ! ୧ !
ରାଣ ହାଏ ଧୂଆଁ ହେବ ଫୁଟୁନି ବାଣ
ପଣ ମିଛ ମୁହଁ ହେବ ରଖୁନି ଟାଣ
ଲୁହ ଖାଲି ମାୟା ହେବ ଗଡୁନି ସତେ
..........ମୋଟ ମନ ଛୋଟ ହେବ
ଭାବିନି ଏତେ ! ୨ !
ନିଜ ଭଳି ପର ହେବ ଆସୁନି ମନ
ଗେଲ ପଛେ ନିନ୍ଦା ହେବ ମିଶୁନି ତାନ
ଭଲ ଏଇ ମନ୍ଦ ହେବ ପାରୁନି ହିତେ
..........ମୋଟ ମନ ଛୋଟ ହେବ
ଭାବିନି ଏତେ ! ୩ !
