STORYMIRROR

Puspanjali Panda

Others

3  

Puspanjali Panda

Others

ମୋତି

ମୋତି

1 min
215

ଠୁକୁ ଠୁକୁ ଚାଲି ତାର

ମୁକ୍ତା ଦନ୍ତ ପନ୍ତି

ମାଟିର ପିଣ୍ଡୁଳା ସେତ

ଶାମୁକା ର ମୋତି

ଦରୋଟି ଅଧରେ ଥାଏ

ମିଠା ମିଠା କଥା

ଆଖିରେ ଆଖିଏ ତାର 

ପ୍ରଗତିର ବାର୍ତ୍ତା

କଅଁଳିଆ ମୁହଁ ଲାଗେ

ନିଷ୍ପାପ ସୁନ୍ଦର

ଅନୁପମ ରୂପ ସେତ

ସରଳ ଉଦାର

ବଗିଚାରେ ଫୁଟିଥିବା

କଳିକା ହିଁ "ଶିଶୁ"

ଶିଶୁଦିବସ ରେ ଆଜି

ଆଶିଷ ବରଷୁ

ଦେଶ ଗଢି ଅଗ୍ରଗାମୀ

ଯାତ୍ରା କରୁଥାଅ

ଅନ୍ଧାର ର ବାଟ କାଟି

ଆଲୋକ ଦେଖାଅ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍