STORYMIRROR

Ramesh takri

Children Stories

3  

Ramesh takri

Children Stories

ମୋତେ ଶିଶୁଟିଏ କରିଦିଅ ପ୍ରଭୁ

ମୋତେ ଶିଶୁଟିଏ କରିଦିଅ ପ୍ରଭୁ

1 min
228


ମୋତେ ଶିଶୁଟିଏ କରିଦିଅ ପ୍ରଭୁ

    ଶିଶୁଟିଏ ମୋତେ କର

ତୁମରି ବିଶ୍ବାସ  ଭରସାରେ ରହି

    ଦିନ ବିତିଯାଉ ମୋର ।


ତୁମରି ଆଶିଷ   ଥାଉ ମୋର ପାଶ

    ଚାଲିବି ତୁମ ଇଛାରେ

ପିତା ମାତ,ବନ୍ଧୁ   ପ୍ରିୟ ପରିବାର

    ରହିଥିବେ ମୋ ସାଥୀରେ ।


ସରଳ ଗୁଣର   ଅଧିକାରୀ କର

    ଅହଂକାର କର ଦୂର ।


ଅଧର୍ମର ପଥ   ପରିହାର କରି

    ଧର୍ମପଥେ ଚାଲୁଥିବି

ପାପ କର୍ମଠାରୁ   ରହି ବହୁଦୂରେ

    ନିଷ୍ପାପ ଶିଶୁଟେ ହେବି ।


ଦୟା,କ୍ଷମା,ପ୍ରେମ   ସେନେହ ଆଦର

    ରହିଥାଉ ନିରନ୍ତର ।


ମନ ହୃଦୟରେ   ଭରିଦିଅ ପ୍ରଭୁ

    ସୁଗୁଣ ସୁବାସ ଯେତେ

ମହକାଇ ଦେଇ  ବାସ ଢାଳୁଥିବି

    ଜଗତ ଜନଙ୍କ ହିତେ


ତ୍ଯାଗ ଆଦରିବି   ସ୍ବାର୍ଥକୁ ଭୁଲିବି

    ନିଶ୍ବାର୍ଥପରତା କର ।

  

 


Rate this content
Log in