STORYMIRROR

Kalyani Nanda

Others

5  

Kalyani Nanda

Others

ମୋତେ ଭଲ ଲାଗେ

ମୋତେ ଭଲ ଲାଗେ

1 min
398

ରାତ୍ରିର ନିସ୍ତବ୍ଧ ପ୍ରହରେ,

ଜହ୍ନର ଜୋଛନା ମାଖି,

ବିକଶିତ ହୁଏ ଶୁଭ୍ର କୁମୁଦର ଲାସ୍ୟ,

       ହେଲେ ମୋତେ ଭଲ ଲାଗେ,

       ଗାଆଁ ଗାଧୁଆ ତୁଠରେ ,

ନବବଧୂର ଲାଜୁଆ ଲାଜୁଆ ହାସ୍ୟ ।


 ଉଷାର ଆଗମନରେ,

 ପହିଲି ସୂରୁଜ ମୁରୁକି ମୁରୁକି ହସେ,

 ବିହଙ୍ଗମ କଳରବେ ସାରା ଆକାଶ ମୁଖରିତ ହୁଏ,

         ହେଲେ ମୋତେ ଭଲ ଲାଗେ,

         ଆମ୍ବ ପତ୍ର ଗହଳେ,

         କୁହୁ କୁହୁ ହୋଇ ଯେବେ କୋଇଲି ରାବେ।।


                           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍