STORYMIRROR

Santosh Mishra

Others

4  

Santosh Mishra

Others

ମୋତେ ବଡ଼ ପୁଅ କରିବନି

ମୋତେ ବଡ଼ ପୁଅ କରିବନି

1 min
392

ହେ ଭଗବାନ !

ମୋତେ ମଣିଷ ଜନମ ଦେବନାହିଁ,

ଯଦି ଜନ୍ମ ଦେବ ମଣିଷ ଜନମ

ମୋତେ ବଡ଼ ପୁଅ କରିବନି ।0।


ବାଲ୍ୟ କାଳେ ମୋତେ ଖୁଆଇଲ କେତେ

କ୍ଷୀର ଠାରୁ ଭାତ ମାଛ, ମାଂସ,

ବୁଲାଇ ବୁଲାଇ କେତେ ସ୍ନେହ ଦେଇ

ଡାକୁଥିଲେ ବାବୁ ଧନ ଆସ ।୧।


ଆଜି ସେ ହାତରେ ତୁମକୁ ଖୁଆଏ

ଖାଅ ବାପା ତୁମେ ନିଆଁ ଖାଅ,

ମୁଖାଗ୍ନି ଦେଉଛି ତୁମ ବଡ଼ ପୁଅ

ଆଖିରୁ ଝରାଇ କେତେ ଲୁହ ।୨।


ତୁମେ ଜନ୍ମ ଦେଇ ପାଖରେ ରଖିଲ

ମୁଁ କରିଦେଲି କେତେ ଦୂର,

ମୁଁ କୂଳ ରକ୍ଷକ କୁଳାଙ୍ଗର ସାଜି

କରିଲି ତୁମକୁ ଅଙ୍ଗାର ।୩।


ଜ୍ୱର ହେଲେ ଦିନେ ସୁଖିଲେ ଶରୀର

କୁହ ଦିଶିଗଲା ପୁଅ ହାଡ଼,

ଚତୁର୍ଥ ଦିବସେ ଆଜି ସେ ନିଆଁରୁ

କାଢୁଆଛି ବାପା ତୁମ ହାଡ଼ ।୪।


ତୁମ ଅସ୍ତି ନେଇ ଧୂପ ଦୀପ ଦେଇ

ତୁମ ପୂଜା କରୁ ଅଛି ବାପା,

ପ୍ରେତ ପ୍ରେତ ବୋଲି ବ୍ରାହ୍ମଣ ଡାକୁଛି

ମୋ ଲୁହ ଝରୁଛି ଦେଖ ବାପା ।୫।


ତୁମ ଦଶାହରେ ଶୁଦ୍ଧି ହୋଇ ନିଜେ

ଘରକୁ କରିଲି ପରିଷ୍କାର,

ଏକାଦଶ ରାତ୍ରେ ଶପଥ ଦେଇଛି

ଆସିବନି ବାପା ମୋର ଘର ।୬।


ବଡ଼ ପୁଅ ବୋଲି ତୁମେ ଖୁସି ହୁଅ

ସେତ ମୋ ପାଇଁ ଅଭିଶାପ,

ବଞ୍ଚିଥିବା ଯାଏଁ କହୁଥିବି ବାପା

ମୁଁ କରିଅଛି ବଡ଼ ପାପ ।୭।


ଦୁଇ ହାତ ଯୋଡି ତୁମ ପୂଜା କରେ

ମୋତେ ବଡ଼ ପୁଅ କରିବନି,

ବଡ଼ ପୁଅ ହୋଇ ମୁଖେ ନିଆଁ ଦେବି

ସେ ବଡ଼ କଷ୍ଟ ମୁଁ ସହିବିନି,

ମୋତେ ବଡ଼ ପୁଅ କରିବନି ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍