STORYMIRROR

Sujata Dash

Others

3  

Sujata Dash

Others

ମୋର

ମୋର

1 min
271

ଏଇ ଘର , ଏଇ ଦୁଆର

ବିଲ ବାଡ଼ି ନଈପଠା ଆମ୍ବତୋଟା

ଗଡିଆ ପୋଖରୀ ବାଉଁଶ ବାଡ଼ି

ସ୍କୁଟର ମୋଟର କାର

ପଇସା କଉଡି ଗହଣାଗାଣ୍ଠି

ସମ୍ପତି ସ୍ଥାବର ଅସ୍ଥାବର

ସାଇ ପଡିଶା ସାଙ୍ଗ ସାଥି

ଗୁରୁଜନ ଲଘୁଜନ

ହସ ଖେଳର ଦୁନିଆଁ

ଇଏ ସବୁ ତୁମର

ୟାଏଙ୍ଗକୁ ଛାଡିକି ଯାହା ରହିଲା ବାକି

ସେ ସବୁ ମୋର

ଗାଢ଼ ରଙ୍ଗର ହୋରି ଖେଳିଥିବା

ନିବିଡ ଅତୀତ ଟି ତୁମର

ଇନ୍ଦ୍ରଧନୁ ର ପଣତ ଧରି

ଅଭିଳାଷ ର ସିଡ଼ି ରେ ଅଗ୍ରସର

ହଉଥିବା ବର୍ତମାନ ତୁମର

ଅସୁମାରୀ ସ୍ୱପ୍ନ ର ତାଲିକା ରେ ଉବୁଟୁବୁ ହଉଥିବା

ଭବିଷ୍ୟତ ବି ତୁମର

ବାକି ଯାହା ରହିଗଲା

ଯଥା

ବ୍ୟଥିତ ପରାଣ

ଚମଡା ରେ ଢଙ୍କା ନାମମାତ୍ର ଏ ଶରୀର

ଆଉ ଏଇ କ୍ଷୁଦ୍ର ଆତ୍ମା ଟି କେବଳ ମୋର I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍