ମୋର ପ୍ରିୟ ଜେଜେମା
ମୋର ପ୍ରିୟ ଜେଜେମା
ତମେ ଆମ ପାଇଁ ଜେଜେମା
ସନ୍ଧ୍ୟା ଆଳତୀ
ତମକୁ ପୂଜିଲେ ମିଳଇ
ଅନେକ ଶାନ୍ତି ।
ତମ ପଣତ କାନି ଲାଗେ
ଶ୍ରୀକ୍ଷେତ୍ର ନେତ
ଅନ୍ଧାର ପଥରେ ସଦା
ତମେ ଆଲୋକିତ ।
ତମରି ସୃଷ୍ଟିରେ ଜେଜେମା
ଆମ୍ଭେତ ଯାତ
ତମ ପାଇଁ ଦେଖିଲୁ ଆମ୍ଭେ
ସାରା ଜଗତ ।
ତମେ ସିନା ନାହଁ ଆଜି
ଅଛି ତମରି ଅତୀତ
ପ୍ରତିଦିନ ମନେ ପଡେ
ଲାଗେ ବହୁ ଆନନ୍ଦିତ ।
ତମେ ଆମ ପାଇଁ ବୃନ୍ଦାବତୀ
ଆମ୍ଭେ ସବୁ ତମ ସୂତ
ତମରି ଆଜ୍ଞାରେ ପାଦ ଚାଲେ
ମନ ହୁଏ ପୁଲକିତ ।
ତମପାଦ ପଙ୍କଜରେ ହେଉଛୁ ଭୂମିଷ୍ଟ
ସଦା ଥାଉ ଆମ ପ୍ରତି ତମରି ଆଶିଷ ।
