STORYMIRROR

Suresh chandra Padhy

Others

4  

Suresh chandra Padhy

Others

ମୋର ମାତୃ ଭାଷା

ମୋର ମାତୃ ଭାଷା

1 min
286


ମୋର ମାତୃ ଭାଷା ସବୁଠୁ ସୁନ୍ଦର 

ଓଡ଼ିଆ ଭାଷା ର ହେଉଛି ପ୍ରଚାର ।


ଆସ କହିବା ଓଡ଼ିଆ ଶିଖିବା ଓଡ଼ିଆ

ଆମ ଓଡ଼ିଆ ତ ସବୁଠୁ ବଢିଆ ।


ମୋର ମାତୃ ଭାଷା ମୋ ପାଇଁ ଗୌରବ

ମାତୃ ଭାଷା ଆମକୁ ଆଗକୁ ଯେ ନେବ ।


ମାତୃ ଭାଷା କୁ ଭୁଲି ଯିବା ନାହିଁ

ଶିଖାଇବା ପିଲା ଙ୍କୁ ସବୁଠି ରହି ।


ମୋ ମାତୃ ଭାଷା ମୋ ପାଇଁ ମହାନ

ରଖିବି ଟେକ ତାର କରି ଗୁଣ ଗାନ ।


ଭାଷା କୁ ଯେ ଆମ ନିନ୍ଦା କରିବ

ଓଡ଼ିଆ ନିସ୍ଚେ ତାର ପ୍ରତିବାଦ କରିବ ।


ମୋ ମାତୃ ଭାଷା କୁ ସମ୍ମାନ ମୁ ଦେବି

ପ୍ରୀତି କାନେ କାନେ କହି ବୁଲୁ ଥିବି ।


ଆମ ଭାଷା ପରିଚୟ ଯେ ଆମର

ତୁଣ୍ଡ ରେ ଲାଗୁଛି ଭାରି ମଧୁର ।


ମୋ ମାତୃ ଭାଷା ପାଇଁ ଲଢେଇ କରିବା

ସବୁ ଓଡ଼ିଆ ଆମେ ଭାଷା ପାଇଁ ବଞ୍ଚିବା ।


ଆମ ଭାଷା ପାଇଁ ସଂଗ୍ରାମ ହୋଇଛି

ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ।


ମୋର ଭାଷା ମୋର ସ୍ୱାଭିମାନ ଭାଇ

ମୁ ଭଲ ପାଏ ମୋ ଭାଷା କୁ ନେଇ ।


ଆମ ଭାଷା କୁ କେବେ ଭୁଲି ଯିବା ନାହିଁ

ସବୁଠି ରହିବା ଆମ ଭାଷା କୁ ନେଇ ।


ମୋ ଭାଷା ଆଜି ଆଗକୁ ଯାଉଛି

ଭାଷା କୁ ନେଇ ସାହିତ୍ୟ ହୋଇଛି ।


Rate this content
Log in