STORYMIRROR

Hemanta Patra

Others

4  

Hemanta Patra

Others

ମୋହନ ବଂଶୀ

ମୋହନ ବଂଶୀ

1 min
396

ହେ ମୋହନ

ହସ୍ତେ ଧରି ମୋହନ ବଂଶୀ

ମସ୍ତକେ ଶୋଭିତ ମୟୂର ଚନ୍ଦ୍ରିକା

କର୍ଣେ ସୁବର୍ଣ୍ଣ କୁଣ୍ଡଳର ଶୋଭା

ପିନ୍ଧି ପିତାମ୍ବରୀ

କନ୍ଧେ ଲମ୍ବିଛି ଉତ୍ତରୀ।

ଅତ୍ୟନ୍ତ ମନଲୋଭା ତ୍ରିଭଙ୍ଗୀ ଠାଣିରେ

କଦମ୍ବ ମୂଳେ ତୁ ହୋଇ ଉଭା

ସାଙ୍ଗରେ ଧରି ସୁନ୍ଦରୀ ଗୋପ ନାରୀ

କି ରଙ୍ଗେ ଗାଉଛି ତୋ ବାଂଶୁରୀ।

ହେ ମୁରଲୀଧର

ମୋହ ଦୂର କରି ହେଲୁ ମୋହନ

ତୋ ମୋହନ ବଂଶୀ ର ଲଳିତ ସ୍ୱର

କରି ଶ୍ରବଣ

ଗୋପୀ ଧାଉଁଥିଲେ ଯମୁନା କୂଳ।

କଳ କଳ ନାଦେ

ଯାଏ ବହି ଯମୁନା ନଈ

ସମସ୍ତ ଚରାଚର ହୁଅନ୍ତି ସ୍ତବ୍ଧ।

ମନ ମୁଗ୍ଧକର ବଂଶୀର ଝଙ୍କାରେ

କରି ରାସଲୀଳା

ଶୋଳ ସହସ୍ର ଗୋପ ନାରୀକୁ

କରୁ ମୋହିତ।

ହେ ଶ୍ୟାମ ଘନ ଯଶୋଦା ନନ୍ଦନ

ନିର୍ଜୀବ ବଂଶୀର ଅପୁର୍ବ ସ୍ୱନ

ରାଧା ପାଇଁ ଅଟଇ ପ୍ରେମ

ସେଇ ପ୍ରେମ ରାଧାକୁ କରେ ବିମୋହନ।

ତେଜି ମାନ ମହତ

ନିତି ଧାଏଁ କଦମ୍ବ ବନ

ଦେଖିବାକୁ ତୋର ଦିବ୍ୟ ଦରଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍