STORYMIRROR

Satyabati Swain

Others

3  

Satyabati Swain

Others

ମୋହ

ମୋହ

1 min
164


ସେଇ ନାଲି ସୂର୍ଯ୍ୟର ଆକର୍ଷଣ

ଆସକ୍ତି

ମୋହ

ପ୍ରେମ ଟିକେ 

ପାଇବା ପାଇଁ

ତା ରଙ୍ଗେ

ମୋ ମଥା ଆକାଶ

ହସିବା ନେଇ

ତା ଡହ ଡ଼ହ ନିଆଁକୁ

ନିଜର କରି ପୋଡିଗଲି

ତଥାପି

ତାକୁ ମଥାରେ ନାଇବାକୁ

କି ପ୍ରଗଳ୍ଭ

କି ଉଦ୍ ବିଗ୍ନ ହେଲି!!!


ଅବୁଝା ବୟସ

ଅମଡା ବାଟ

ଅଭିଆଡ଼ି ମନ

ସବୁ ପଛରେ ପକାଇ

ବିନ୍ଦୁଏ ରଙ୍ଗ ପାଇଁ

କୁଆଁରୀ ଜୀବନ ଉଜେଇ ଦେଲି!!

ନଈରୁ କେନାଲ ହୋଇଗଲି

ମୁକୁଳା ଜୀବନ

ଖୋଲା ଆକାଶ ଛାଡି 

ତା ପ୍ରେମ ପଞ୍ଜୁରୀରେ ବନ୍ଧା ହେଲି।


ସବୁ ରଙ୍ଗଠୁ

ଖୁବ ଭଲ ଲାଗିଲା

ସେଇ ନାଲି ସୂର୍ଯ୍ୟ ମୋ ମଥାରେ 

ଯେବେ ନାଇଲି

ଅଳିଅଳି ଝିଅ ଜୀବନ

ବାବା ମା,ଭାଇ ,ଭଉଣୀ

ଗାଁ ,ସାଙ୍ଗସାଥୀ ଛାଡି ଆସିଲି

ଏ ବିନ୍ଦୁଏ ସିନ୍ଦୁର

ମୋତେ ଗୋଟେ ପରିଚୟ ଦେଲା

ବଧୁ,ପତ୍ନୀ

ଆଜୀବନ ମୋ ନିଜ ସହ

ସମସ୍ତ ପ୍ରେମ,ଇଚ୍ଛା,ଅନିଚ୍ଛା

ବନ୍ଧା ପକାଇଲି

ଆଉ ଜଣଙ୍କ ପାଖେ।


ବେଶ୍ ମାନିଲା

ବିନ୍ଦୁଏ ସିନ୍ଦୁର୍ ସୂର୍ଯ୍ୟ

ମୋ ମଥା ଆକାଶକୁ

ମୁଁ ନିଜ ଅସ୍ମିତା ହଜାଇ 

ତା ଅଲୋକେ ଆଲୋକିତ ହେଲି

ମୋତେ ଗୋଟେ ଉପାଧି ବି ଦେଲା' 

'ଅହ୍ୟ',

ସେଇ ବିନ୍ଦୁଏ ସିନ୍ଦୁର ଦେଖି

କେତେ ଭୋକିଲା ଆଖି

ତଳକୁ ହୋଇଗଲା

ସେ ମୋ ରକ୍ଷା କବଚ ସାଜିଲା।


ଟୋପେ ସିନ୍ଦୁର ପାଇଁ

କଣ କଣ ତ୍ୟାଗ ନ କଲି

ଅଦେଖା ହାତରେ 

ନିଜ ଭାଗ୍ୟ ଭବିଷ୍ୟତ ଟେକି ଦେଲି

ଯୁଗେ ଯୁଗେ

ଟୋପେ ସିନ୍ଦୁର,ଟିକେ ପ୍ରେମ ପାଇଁ

ହିର୍ ରାଞ୍ଝା

ଲଇଲା ମଂଜୁନ

କେଦାର ଗୌରୀ

ଆଜି ଇତିହାସ।


ନାରୀର ସବୁଠାରୁ

ମୂଲ୍ୟବାନ ଗହଣା

ଟୋପେ ସିନ୍ଦୁର

ସେଇ ଗହଣା ନାଇଁ

ମଶାଣୀକୁ ଯିବା ପାଇଁ

ପ୍ରତ୍ୟେକ ନାରୀର

ମନ ତଳ ବାସନା

ବୃନ୍ଦାବତୀ ମୂଳେ

ସଂଜବତୀ ଜାଳି

ନିଇତି କରେ 

ସୌଭାଗ୍ୟବତୀର କାମନା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍