STORYMIRROR

Ajit Kumar Raut

Others

4  

Ajit Kumar Raut

Others

ମୋବାଇଲ୍

ମୋବାଇଲ୍

1 min
227


ଜୀବନେ ହୋଇଛି ଅପୂର୍ବ ଅସ୍ତ୍ର ହିଁ

ମୋବାଇଲ୍ ଏହି ଜାଣ,

ସମସ୍ତ ଖବର ମୁଠାରେ ରହିଛି

ଜ୍ଞାନର କିରଣ ଜାଣ।୧।


ଦେଶ ବିଦେଶର ଖବର ମିଳୁଛି

ସମସ୍ତଙ୍କ ପ୍ରିୟ ଜାଣ,

ଟଙ୍କା ଦେବା ନେବା ପଦ୍ଧତି ହୋଇଛି

ଭ୍ରଷ୍ଟାଚାର ନୂହେଁ ଜାଣ।୨।


ସମସ୍ତ ଖବର ଶୀଘ୍ର ମିଳୁଅଛି

ଆମର ସୁଭାଗ୍ୟ ଜାଣ,

ମୋବାଇଲ୍ ଦ୍ୱାରା ପଢା ହେଉଅଛି

ଦେଶର ଗୌରବ ଜାଣ।୩।


ଫଟୋ ଖିଞ୍ଚା ହୁଏ ଏହାରି ହିଁ ଦ୍ୱାରା

ସୁନ୍ଦର ସୁନ୍ଦର ଦୄଶ୍ୟ,

ଜନତା ଆଗରେ ରଖନ୍ତି ତାହାକୁ

ଦେଖନ୍ତି ଜନତା ଦୄଶ୍ୟ।୪।


ଆବଶ୍ୟକତା ହିଁ ଜୀବନେ ହୋଇଛି

ପଟାନ୍ତର ନାହିଁ ତାର,

କ୍ଷଣେ ନ ରହିଲେ ହାତେ ମୋବାଇଲ୍

ଅନ୍ଧାର ଦିଶେଟି ତାର।୫।


ସବୁ କର୍ଯ୍ୟ ଏବେ ମୋବାଇଲରେ ହୁଏ

ଜୀବନେ ଆଧାର ଏହି,

ବର୍ତ୍ତମାନ ଯୁଗେ ଗତି ନାହିଁ କାର

ଜୀବନ ରତନ ଏହି।୬।


ମୁଠାରେ ରହିଛି ସମସ୍ତ ପୄଥିବୀ

ମୋବାଇଲର କାରନାମା,

ମନୋରଞ୍ଜନର ହିଁ ସାଧନ ହୋଇଛି

ଶିକ୍ଷା କ୍ଷେତ୍ର କାରନାମା।୭।


ଆଧୁନିକ ଯୁଗେ ଏହାର ମହତ୍ତ୍ୱ

ଅଟେ ସବୁ ଠାରୁ ବଡ଼, 

ପଟାନ୍ତର ନାହିଁ ଜୀବନଯାତ୍ରାରେ

ଏହାର ମୂଲ୍ୟ ହିଁ ବଡ଼।୮।


ଆଧୁନିକ ଯୁଗେ ମୋବାଇଲ୍ ମହତ୍ତ୍ଵ

ସବୁଠାରୁ ବଡ଼ ଅଟେ,

ଶୀଘ୍ର ହିଁ ଖବର ଜନଜନ ଯାଏ

ଶୀଘ୍ରତା ହିଁ କାର୍ଯ୍ୟ କରେ।୮।


ଜୀବନେ ହୋଇଛି ଅପୂର୍ବ ଅସ୍ତ୍ର ହିଁ

ମୋବାଇଲ୍ ଏହି ଜାଣ,

ସମସ୍ତ ଖବର ମୁଠାରେ ରହିଛି

ଜ୍ଞାନର କିରଣ ଜାଣ।୯।




Rate this content
Log in