STORYMIRROR

Srinibas Mahalik

Others

2  

Srinibas Mahalik

Others

ମୋବାଇଲ୍

ମୋବାଇଲ୍

1 min
13.5K


ହେଉନାହିଁ ଆଉ ଚିଠି ଦିଆନିଆ

ବାଜୁ ନାହିଁ ଟେଲିଫୋନ

ଏଦୁହେଁ କାମରୁ ଅବସର ନେଇ

ପାଇଲେଣି ପେନସନ୍ ।୧I

ଶୁଭୁ ନାହିଁ ଆଉ ରେଡିଓ ଶବଦ

ଦିଶୁନାହିଁ ଆଲାରାମ

ବୃଦ୍ଧ ଅବସ୍ଥାରେ ଛୁଟି ନେଇ ଦୁହେଁ

ବୁଲୁଛନ୍ତି କାଶୀଧାମ ।୨I

ଘଣ୍ଟା କ୍ୟାଲେଣ୍ଡର ଟର୍ଚ୍ଚ କ୍ୟାମେରା

ନେବାପାଇଁ ଅବସର

ପ୍ରଭୁଙ୍କୁ ସଭିଁଏ ଗୁହାରୀ କରିଲେ

କର ଗୋଟେ ଚମତ୍କାର ।୩I

ଗୁହାରୀ ଶୁଣିକି ସୃଷ୍ଟିକର୍ତ୍ତା ଦିନେ

ସୃଷ୍ଟି କଲେ ମୋବାଇଲି

ଯିଏକି ସମସ୍ତ ଗୁଣରେ ସମ୍ପର୍ଣ୍ଣ

କାମ କରେ ଦିଲ୍ ଖୋଲି ।୪I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍