STORYMIRROR

puja pradhan

Children Stories Children

3  

puja pradhan

Children Stories Children

ମୋ ସ୍କୁଲ

ମୋ ସ୍କୁଲ

2 mins
180

ଏମିତି ସାଙ୍ଗ ପାଇଛି କିଏ

    କହିଲ ଦେଖି ଆଉ

ମୋ ସାଙ୍ଗ ପରି ସାଙ୍ଗଟି ଅବା

   କାହାରି ଥିବ ଆଉ

ସ୍କୁଲରୁ ଦେଖା ଆମର ହେଲା

  ବେଷ୍ଟ ଫ୍ରେଣ୍ଡ ମୋର ହୋଇଗଲା

ସାଙ୍ଗ ଭିତରେ ସାଙ୍ଗ ସେ ମୋର

  ନ ଦେଖିଲେ ତାକୁ ମୁଁ ପାଗଳ

ଗୋଟିଏ ବେଞ୍ଚରେ ଆମେ ବସିଛୁ

  ଗୋଟିଏ ଟିଫିନ ବାଣ୍ଟି ଖାଇଛୁ

ରାଗ ଅଭିମାନ ଟିକେ କରିଛୁ

 ଗଣିତ ସାରଙ୍କଠୁ ମାଡ଼ ଖାଇଛୁ

ଇଂରାଜୀ ପିରିଅଡରେ କାନ ଧରି

  ଆମେ ଠିଆ ହୋଇଛୁ

ସବୁ ପିରିଅଡ ଆମ ଲାଗି ସମାନ ହୋଇଥିଲା

  ଜଣେ ନ ଲେଖିଲେ ଆଉ ଜଣେ

    ଖାତା ଦେଉନଥିଲା

ଲୁଚେଇ ଲୁଚେଇ ଖାଇଛୁ କେତେ

  କରମଙ୍ଗା ଖଟା ଆମ୍ବ

ଲାଗୁଥିଲା ସତେ ସେସବୁ

  ପାଇଁ ଆମରି ଏ ଜନମ

ମୋ ସାଙ୍ଗ ଆଣେ ରୁଟି ଓ ଭଜା

  ନିଜେ ଖାଇବା ପାଇଁ

ମୁଁ ଆଣିଥାଏ ରୁଟି ତରକାରୀ

  ମୋ ନିଜ ପାଇଁ

ଦୁଇ ଟିଫିନକୁ କରିଛି ଗୋଟେ

  ଖାଇ ଖାଇ ପୁଣି ଡେଇଁଛୁ କେତେ

କେତେ କେତେ ଥିଲା ଖେଳ ଆମର

  ଚୋର ପୋଲିସ ରାଜା ରାଣୀ

ଖେଳକୁ ଖେଳିଛୁ ବାରମ୍ବାର

ଭୂଗୋଳ ଇତିହାସ ପିରିଅଡ ହେଲେ

  ସାର ଘୋଷା ନେଉଥିଲେ

ଟିକେ ଭୁଲ ହେଲେ ପିଠି ଫାଟିଲା

 ମାଡ଼ ଖାଇଖାଇ ଦିନ କଟିଲା

ସାହିତ୍ୟ ଗୁରୁମା ଲାଗନ୍ତି ଆମକୁ ଭଲ

  ନଗର ବିଜ୍ଞାନ ଲାଗେ ଖାଲି କଲବଲ

ସଂସ୍କୃତ ଘୋଷା ଯେବେ ହୁଏ

  କ୍ଲାସରେ ହସ ଖୁସି ଚାଲିଥାଏ

ହିନ୍ଦୀ ପିରିଅଡ ଯେବେ ଆସିଲା

  ହସି ହସି ଆମ ଦିନ କଟିଲା

ପରିମିତି ଜ୍ୟାମିତି ଆମର ସାଥୀ

 ଆମ କ୍ଲାସ ପିଲା ଦୁଷ୍ଟ ସଭିଏଁ ଜାଣନ୍ତି

ଖେଳଛୁଟି ପିରିଅଡ ଆସିଲା ଯେବେ

 ଆମର ଆନନ୍ଦ ଦେଖିବ ତେବେ

ଚାଟ ଗୁପଚୁପ ବିସ୍କୁଟ ଖାଇଛୁ

  ମନ ଭରୀ ଆମେ ବୁଟ ଚଣା କିଣିଛୁ

ସ୍କୁଲଟି ଆମର ଭାରି ସୁନ୍ଦର

 ଆମ ଲାଗି ସତେ ସେଜେ ମନ୍ଦିର

ସାର ଗୁରୁମାଆଙ୍କୁ ଆମ ପ୍ରଣାମ

  ତାଙ୍କରି ଶିକ୍ଷାରେ ଆମ ବିତିଛି ଦିନ

ମନ ଲୋଭା ସତେ ସ୍କୁଲ ଆମର

  ଏପରି ସ୍କୁଲ ନାହିଁ ଆଉ କାହାର

ନୂଆଁନୂଆଁ ସାଙ୍ଗ ନୂଆଁ ନୂଆଁ କଥା

 କେତେ ନୂଆଁ ଉପହାର

ନୂଆଁ ଅନୁଭୁତି ନୂଆଁ ଉପଦେଶ

  ଦେଇଛି ସେ ବାରମ୍ବାର

ଗର୍ବରେ ଆମେ କହୁଛୁ ସଭିଏଁ

  ନୂଆବଜ଼ାର ହାଇସ୍କୁଲଟି ଆମର

ବିତିଯାଏ ସତେ କେତେ ଯେ ବରଷ

  ରହିଛି ସେ କଥା ମନେ

ଭୁଲିନି କେବେବି ଭୁଲି ପାରିବିନି

  ଅଭୁଲା ଆମ ପିଲା ଦିନ

ଡେଜି ଓ ପୂଜା ଦୁଇଟି ନାଁ

   ଏପରି ଯୋଡି ହୋଇଛି

ବିଗତ ଦିନର ବିଛେଦ ପରେ

   ମିଳନ ର ରିତୁ ଆସିଛି

ଆମ ସଭିଙ୍କୁ ପୁଣି ଫେସବୁକ ବାନ୍ଧିରଖିଛି 

  ହଜିଲା ଦିନର କେତେ ସାଙ୍ଗ ସାଥି

   ସଭି ଙ୍କୁ ଏକାଠି କରିଛି

ସକାଳରୁ ରାତି ବିତିଯାଏ ଆମ

  ଚାଲି ଥାଏ କେତେ କଥା 

କେତେ ହସ ପୁଣି କେତେ ରାଗ ରୁଷା

  ଜନମ ଦିନର କେତେ ଯେ ଶୁଭେଛା

ସାଙ୍ଗ କୁ ଆମେ ଦେଇ ଥାଉ

  ସଭିଙ୍କ ସୁଖ ଦୁଃଖରେ

ସାମିଲ ବି ହୋଇଥାଉ

  ଦିନ ବିତି ପୁଣି ମାସ ବିତି ଯାଏ

ବରଷେ ବି ପୁରୀ ଯାଉ

  ଆମ ସଭିଙ୍କ ମନରେ ଏପରି ଭାବନା

ସଦା ସର୍ବଦା ରହି ଥାଉ 



Rate this content
Log in