STORYMIRROR

Rajashree Acharya

Others

3  

Rajashree Acharya

Others

ମୋ ସିଲଟ

ମୋ ସିଲଟ

1 min
325

ଆହାରେ ବିଟୁ ନନା

କି କାମ କଲୁ ତୁ!!

ଚାରି ଅଣାର କଳା ସିଲଟକୁ

ଭଙ୍ଗା ସିଲଟ କରିଲୁ

କେମିତି ଲେଖିବି!!

କି ପାଠ ପଢିବି!!


ଯାହା କଲି ଭଲ କଲି

ତୁଟା ଝିଅ ଛୁଆଟା 

ପାଠ ପଢି କିସ ଟା ତାଡି ପକେଇବୁ

ରନ୍ଧାବଢା କର

ଘର କାମ କର

ତୋ ଦେଇ ଘର କାମ ଛଡା ଆଉ କିଛି ହେବନି


ତୁ କିସ ଟା ଜାଣିଚୁ

ତୁଟା ପୁଅ ବୋଲି ତୋର ଭାରି ବହପ

ପାଠ ପଚାରିଲେ ଗୋଟା ଶ୍ରୀ ଅକ୍ଷର ବିବର୍ଜିତ

ଦୁଇକ ପାଣିକିଆ ପଚାରିଲେ

ମୁଁ ଜାଣେ କହିବୁ ତୁ ତିନି ଦୁଗୁଣେ ଚାରି

କହିଲା କଣ ନା ମୁଁ ଝିଅ ,ତୁ ପୁଅ ହେଇ ତାଡିବୁ ଭାରି


ଆରେ ଯା ଯା ମୋତେ ଆଇଲା ପାଠ ପଢେଇବ

ଗୋବର ପୋକ ତୁ ଗୋବରରେ ଘାଣ୍ଟିଲେ ଶୋଭା ପାଇବ

ତୋ ପାଇଁ ଶୁଦ୍ଧ ଜଳ ଭଲ ନୁହଁ

ଯା ଏଇ ଭଙ୍ଗା ସିଲଟରେ ପାଠ ଲେଖିବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍