ମୋ ସାଙ୍ଗ
ମୋ ସାଙ୍ଗ
1 min
229
ମୁଁ ବନ୍ଧୁତା କରିବା ପାଇଁ
ତୁମକୁ ପ୍ରସ୍ତାବ ଦେଲି
ତୁମ ହୃଦୟକୁ ଜିତିବା ପାଇଁ
ଜୀବନକୁ ବାଜି ଲଗାଇଲି
ତୁମର ପ୍ରତିଟି ଦୁଃଖ ସମୟରେ
ମୁଁ ଛିଡା ହୋଇଥିଲି
ହେଲେ ତୁମେ କଣ କଲ ?
ମୋ ବିଶ୍ବାସରେ ବିଷ ଦେଇ
ଆଉ ଏକ ନୂତନ ବନ୍ଧୁ ଖୋଜିନେଲ...।
ହୁଏତ ତୁମକୁ ମୋର ଚିହ୍ନିବାରେ
ଭୂଲ୍ ହୋଇଗଲା
ହେଲେ ଆଉ ନୁହଁ
ଏଥର ବନ୍ଧୁତା ଗଢିବା ଆଗରୁ
ଶହେ ଥର ଧୋଇନେବି
ମୋର ସେ ବନ୍ଧୁପଣିଆକୁ
ହଁ ଶହେ ଥର ॥
ଏ ଜୀବଧାରୀ ଜୀବନର
ଆୟୁଷ ବା କେତେ?
ଆଜି ଅଛେ ଆର ଘଡିକୁ ନଥିବା
ତଥାପି ଯେତେ ଦିନ ବଂଚିବି
ଠିକ୍ ବନ୍ଧୁତା କରିପାରିବି
ସମସ୍ତଙ୍କ ମନ ଚିହ୍ନିପାରିବି
ଏଇ ହେଲା ମୋର ଆଜି
ତୁମ ବଦଳରେ ଦୃୃୃୃୃୃୃଢ ପ୍ରତିଜ୍ଞା ॥
