Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

4.8  

Dharitri Mallick

Others

~ ମୋ ସ୍ୱପ୍ନର କରୁଣ ଯାତ୍ରା ~

~ ମୋ ସ୍ୱପ୍ନର କରୁଣ ଯାତ୍ରା ~

4 mins
2.2K


~୧~

ସ୍ୱପ୍ନ କଥା ତୁମେ ପଚାରିଲ ଯେବେ ଆଜି !!

ଭାବି ପାରୁନି ମୁହିଁ ହସିବି ନା କାନ୍ଦିବି ??

କି ସ୍ୱପ୍ନ ? ଯାହାର ନାହିଁ କିଛି ଅସ୍ତିତ୍ବ ??

ସବୁ ସ୍ୱପ୍ନ କଣ କେବେ ଥିଲେ ଜୀବନ୍ତ ??

~୨~

ଛୁଆବେଳେ ଦେଖିଥିଲି ଛୋଟ ଛୋଟ ସ୍ୱପ୍ନ !!

କୁନି ରାଇଜରେ କୁନି କୁନି ସ୍ୱପ୍ନର ଝଲକ !!

ସେ ସବୁ ସ୍ୱପ୍ନ ଦେଉଥିଲା ଅତ୍ୟନ୍ତ ଆନନ୍ଦ ☺

କେବେ ଭୁଲି ଯାଉ କେବେ ମନେପଡେ କିଛି ~

~୩~

ବୟସ ବଢ଼ିବା ସଙ୍ଗେ ସ୍ୱପ୍ନ ବି ବଢେ ~

କେତେ ସ୍ୱପ୍ନ କିଏ ଦେଖେ କାହିଁରେ କେତେ ~

କେବେ ଅଜବ ସ୍ୱପ୍ନ ତ କେବେ ସୁଖଦ ~

ନ ଥାଏ ତାର କିଛି ନିର୍ଦିଷ୍ଟ ରଙ୍ଗ ରୂପ !!

~୪~

ମୁଁ ବି ଦେଖିଥିଲି ଅନେକ ସ୍ୱପ୍ନ ~~

ସ୍ୱଚ୍ଛ ସୁନ୍ଦର ଗଢ଼ି ତୋଳିବାକୁ ଜୀବନ ~~

ସ୍ୱପ୍ନ ଥିଲା ମୋର ହେବାକୁ ପାଇଲଟ ¥¥

ନୀଳ ଆକାଶେ ବାଦଲେ ଉଡି ବୁଲିବାକୁ ¥¥

ହେଲେ ମୁଳରୁ ହିଁ କାଟିଦେଲେ ଡେଣା ଦୁଇଟି ମୋର 😢

~୫~

ଦୁଃଖେ କଟିଗଲା କେତେ ଯେ ସମୟ 😢~

ପୁଣି ଏକ ସୁଯୋଗ ମିଳିଲା ପ୍ରତିରକ୍ଷା ବିଭାଗେ ¥¥

ଖୁସିର ସୀମା ରହିଲାନି ମୋର ~☺~

ସ୍ୱପ୍ନ ର ଇନ୍ଦ୍ରଧନୁର ଆଲୋକେ ~🎊

ଶିହରଣ ଖେଳିଗଲା ମନ ହୃଦୟରେ 💝

~୬~

ହେଲେ ପିତାଙ୍କ ଆପତ୍ତି ଅନେକ ଏଥିରେ ~

କହିଲେ ଝିଅ ଗୋଡ଼ ହାତ ଭାଙ୍ଗିବ ¡¡

ଘୋଡା ଚଢ଼ା ନୁହେଁ ଝିଅଙ୍କର କାମ ¡¡

ବୁଝାଇ ବୁଝାଇ ଥକିଗଲି ବାପାଙ୍କୁ ମୋର °°

ହେଲେ ଆଜ୍ଞା ଦେଲେ ନାହିଁ ବାପା ମୋହର 🙅

ପୁଣି ଚୁନାଚୁନା ହେଲା ସୁନେଲି ସ୍ୱପ୍ନ ମୋର 🙅

~୭~

କାନ୍ଦିଲି ବହୁତ ଛାଡ଼ି ଏତେ ବଡ଼ ସୁଯୋଗ !!

ସମୟ ବିତିଲା ପୁଣି ଦେଖିଲି ଆଉ ଗୋଟେ ସ୍ୱପ୍ନ ^^

ହେବି ନିଶ୍ଚୟ ଦିନେ ପ୍ରଶାସନିକ ଅଧିକାରୀ **

ନ ଜଣେଇ ଭରିଦେଲି ଓଏସ୍ ଫର୍ମ **

~୮~

ନିଜ ଘରେ ପଢ଼ିଲି ବସି ଲୁଚି ଲୁଚି ¿¿

ଲଗେଇ ଦେଲି ମୋ ଚେଷ୍ଟା ଆଉ ଉଦ୍ୟମ ++

ପ୍ରିଲିମ ପରୀକ୍ଷା ଦେଇଆସିଲି °°°

ଆଶା ଥିଲା ସଫଳ ହେବି ବୋଲି °°°

~୯~

ଅନେକ ବିଳମ୍ବେ ଘୋଷଣା ହେଲା ଫଳାଫଳ °°°

ଖୁସି ହେଲି ଦେଖି ହୋଇଛି ମୁଁ ଉତ୍ତୀର୍ଣ 🎊

ପ୍ରଥମ ଚେଷ୍ଟା ପ୍ରଥମ ଥରରେ 👋

ତା ପରେ ମେନ୍ ପରୀକ୍ଷା ପାଇଁ ହେଲି ପ୍ରସ୍ତୁତ ~

ଗୋଟିଏ ବିଷୟ ପରୀକ୍ଷା ଦେଇ ଫେରେ ଯେବେ ~

~୧୦~

ଫେରିବା ବାଟରେ ହୁଏ ଏକ ଦୁଃଖଦ ଦୁର୍ଘଟଣା 😢

ଚିକିସ୍ଛା ନିମନ୍ତେ ରହିବାକୁ ହେଲା ହସ୍ପିଟାଲରେ 😢

ବିତିଗଲା ଏମିତି କେତେ ଦିନ କଷ୍ଟ ଯନ୍ତ୍ରଣାରେ 😢

ଆଉ କି ଦେବି ବାକି ପରୀକ୍ଷା ???

ଅଧାରୁ ଭାଙ୍ଗିଗଲା ଆଉ ଏକ ସ୍ବପ୍ନର ମହଲ #

~୧୧~

ଆଖିରୁ ନ ସରେ ଲୁହ ଧାରା ମୋହର 😢

ହଜିଗଲା ସବୁ ନିଦ ଆଉ ସବୁ ସ୍ୱପ୍ନ 😢

ଗଭୀର ସଦମା ପହଁଚିଲା ମୋତେ 😢

ଚାହୁଁଛି କଣ ମିଳୁଛି କଣ ??

ବିତିଗଲା ଆହୁରି କିଛି ବର୍ଷ °°°°

~୧୨~

ବହୁ ବର୍ଷ ପରେ ପୁଣି ଥରେ ଛିଡ଼ା ହେଲି !!

ଆଉ ଗୋଟେ ଆଶା ନୂଆ ସ୍ବପ ନେଇ !!

ଆଉ ଗୋଟେ ଚେଷ୍ଟା କରିଲି °°°

ଅନେକ ସାଙ୍ଗ ସଙ୍ଗେ ମୁଁ ବି ଦେଇଆସିଲି °°°

ଆଉ ଏକ ପରୀକ୍ଷା କିଛି ସ୍ୱପ୍ନ ପୂର୍ଣ ଆଶା ନେଇ ~~

~୧୩~

ବହୁତ ଥିଲେ ପରୀକ୍ଷାର୍ଥୀ ସେହି କକ୍ଷେ ^^

ବିଶ୍ୱାସ ନ ଥିଲା କେବେ ହେବି କୃତକାର୍ଯ୍ୟ ?

ହେଲେ ସେଥିରେ ବି ମିଳିଥିଲା ସଫଳତା 👍

ଓଡିଶା ବାହାରେ ଥିଲା ସେହି ସୁଯୋଗ ^^

ଭାରତ ସରକାର ମାନ୍ୟତା ପ୍ରାପ୍ତ ଅନୁଷ୍ଠାନେ

ମିଳିଥିଲା ଏକ ସୁନ୍ଦର ଶେଷ ସୁଯୋଗ

~୧୪~

ଖୁସି, ଆନନ୍ଦର ଠିକଣା ନ ଥାଏ ସେଦିନ ☺

ମିଳିଲା ଯେବେ ଯୟେନିଂ ଲେଟର 😊

ହେଲେ ଦେଖ ଏଠି ବି କେମିତି ହେଲା ଖେଳ ??

ଘରେ କିନ୍ତୁ ବାପା ମୋର ଛାଡ଼ିବାକୁ ଅରାଜି <

କହିଲେ ଓଡ଼ିଶା ବାହାରେ ରହିବୁ କେମନ୍ତେ ?

ଦିନେ ହେଲେ ତୁ ରହିନୁ କେବେ ଏକା ?

ଦୁନିଆ ବିଷୟ ଜ୍ଞାନ ଅଭିଜ୍ଞତା ନାହିଁ ତୋର କିଛି !

~୧୫~

ଝିଅ ପିଲା, ଏତେ ଦୂର, ନାନା ଆଶଙ୍କା ଅଜବ ଯୁକ୍ତି ¿

ରକ୍ଷଣଶୀଳ ଆଉ ପୁରୁଣାକାଳ ଚିନ୍ତାଧାରା ଆଗେ ¡¡

ହାରିଗଲା ମୋର ସବୁ ଯୁକ୍ତିତର୍କ ବୁଝାଇବା ଶକ୍ତି ¿<

ବାପା କୁହନ୍ତି କି ଅଭାବ ଅଛି ଆମ ଘରେ ?

କାହିଁକି ଯିବୁ ଏତେ ଦୂର, ଅସୁବିଧା ଅନେକ ?

~୧୬~

ତୋର ସବୁ କିଛି ଅଭାବ ପୂରଣ କରିଛି ```

ବଞ୍ଚିଥିବା ପର୍ଯ୍ୟନ୍ତ ଅଭାବ ରଖିବିନି ତୋର କିଛି °°°

ମୋ ସୁନା ଝିଅ ଛାଡ଼ିଦେ ଏ ଜିଦ୍ଦି °°°

ମୋ ସ୍ଵପ୍ନ ଆଶା ଇଛାର ନ ଥିଲା କିଛି ମାନେ ××

ସମୟ ଆଉ ପରିସ୍ଥିତି ହରାଇଲା ମୋତେ ~

~୧୭~

ବଜାୟ ନ ରଖି ପାରିଲି ମୋ ସ୍ବପ୍ନର ଅସ୍ତିତ୍ବ 🙅

ସବୁ ଇଛା ଆଶା ସ୍ୱପ୍ନ ଶକ୍ତ ପାହାଡ଼ ତଳେ × ×

ଶ୍ଵାଶରୁଦ୍ଧ ହୋଇ ଚୁପି ଚୁପି କାନ୍ଦନ୍ତି ଏକା ଏକା 🙅

କରନ୍ତି ବିକଳ କ୍ରନ୍ଦନ ନିର୍ଜନ ସ୍ଵପ୍ନ ବେଳାଭୂମି ଆଗେ ÷

~୧୮~

ଯଦି ମୋ ସ୍ୱପ୍ନକୁ କରିବି ଯେବେ ପୂରଣ + +

ସର୍ତ୍ତ ଛାଡିବାକୁ ହେବ ଘର ପରିବାର ମୋର ÷ -

ଅନ୍ୟ ସୌଦାଗର ଭଳି ନୁହଁ ମୁଁ ??

ମୋ ପାଇଁ ମୋ ବାପା ମାଆ ଥିଲେ ଜୀବନ 💝

ତାଙ୍କ ବିନା ମୋ ସ୍ୱପ୍ନଦୁନିଆର ନାହିଁ କିଛି ଅସ୍ତିତ୍ବ ¿

~୧୯~

ସବୁ ସ୍ୱପ୍ନ ଇଚ୍ଛାକୁ ଝୁଲେଇ ଦେଲି ମୁଁ £

ଫାଶୀ ଖୁଣ୍ଟ ଆଗେ ¢😢

ବଞ୍ଚି ଚାଲିଛି ସ୍ୱପ୍ନ ବିନା ଏକ ନିଷ୍ପ୍ରାଣ ଜୀବନ 😢

ଆଉ କି ଦେଖିବି ମୋ ଜୀବନେ ସ୍ୱପ୍ନ ???

~୨୦~

ସବୁ ସ୍ୱପ୍ନ ଆଜି ଶୋଇଛନ୍ତି ଚିରନିଦ୍ରାରେ ~ ୰ ~

ଶ୍ମଶାନରେ ପଡ଼ିଥିବା ସେଇ କବର ଭିତରେ ୰

ଚମକି ପଡ଼େ ଆଜି ଖାଲି ଦୁଃସ୍ବପ୍ନ ଦେଖି 😢 ~

କିବା ରାତ୍ରି ଅନ୍ଧକାରେ ଅବା ଦିବାଲୋକେ ~~

( © ଧରିତ୍ରୀ ମଲ୍ଲିକ୍ , ଭୁବନେଶ୍ୱର )


Rate this content
Log in