STORYMIRROR

Raja Sekhar CH V

Others

3  

Raja Sekhar CH V

Others

ମୋ ରୂପସୀ ପ୍ରେୟସୀ

ମୋ ରୂପସୀ ପ୍ରେୟସୀ

1 min
275


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ସର୍ବାଙ୍ଗସୁନ୍ଦର ମନ ମୋ ରୂପସୀ ପ୍ରେୟସୀ କଥା ଭାବିକାକୁ କହୁଛି,

ସୀମିତ ଜୀବନ ର ସସୀମ ଯୌବନ ଆସ୍ଵାଦନ କରିବାକୁ କହୁଛି,

ପରସ୍ପର ହୃଦୟ ଦେଇ ନେଇ ଯୁଗଳ ପ୍ରେମଗୀତ ଗାଇବାକୁ କହୁଛି,

ଏହି ସୁବର୍ଣ୍ଣ କ୍ଷଣ କେବେ ପ୍ରତ୍ୟାବର୍ତ୍ତନ ହେବନି ବୋଲି ଜଣାଉଛି |୧|


ତୁମ ପ୍ରେମ ବୃଦ୍ଧି କରିଛି ତୁମ ପ୍ରତି ବ୍ୟାମୋହ,

ଭାବ ଅଭିବ୍ୟକ୍ତି ହେତୁ ରଚିବି ପଦ ର ପଦ୍ମବ୍ୟୂହ,

ଘେରି ସାରିଛି ମୋତେ ତୁମ ଚିନ୍ତା ର ଚକ୍ରବ୍ୟୂହ,

ତୁମ ବିରହ ବେଦନା ରେ ମୁଁ ହୋଇ ଯିବି ନିସ୍ପୃହ |୨|


Rate this content
Log in