STORYMIRROR

Shibanand Banchhor

Others

3  

Shibanand Banchhor

Others

ମୋ ପ୍ରିୟା ବର୍ଷା

ମୋ ପ୍ରିୟା ବର୍ଷା

1 min
538



ହେ ବର୍ଷା .........

କାହିଁ ଏତେ ବିରହ ଯେ

କଣ ପ୍ରେମ କରେ ବୋଲି

ପରୀକ୍ଷଣ କରୁଛ କି ???

କଷ୍ଟର ଅଗ୍ନି ପରୀକ୍ଷାରେ

ଦଗ୍ଧ କରିବାକୁ ଇଚ୍ଛା କି ??

ତୁମେ ବୋଧେ ଜାଣିନ ଯେ

ମୁଁ ତୁମକୁ ଭଲପାଏ ବୋଲି

କେମିତି ବା ଜାଣିବ ଯେ

ମୁଁ ବି ତ କହିନି

ମୋ ହୃଦୟର ଅକୁହା କଥା ଗୁଡିକ ।।

କହିବାକୁ କାହିଁ ସାହସ ବି ପାଇନି

ଏଭେରେଷ୍ଟ ପରି ସାହସ ଆଣି କି ମଧ୍ୟ

ତାହା କାଣିଚାଏ ଧୂଳିପରି ଉଡିଯାଇଥିଲା

ଆଉ ହୃଦୟର କଥା ହୃଦୟେ ହିଁ ରହିଗଲା ।।

ହୁଏତ ତୁମକୁ ଦେଖିନି

କେମିତି ରୂପ ତା ବି ଜାଣିନି

ତଥାପି ମୋ କବିତାର ନାୟିକା ତୁମେ

ମୋ ଭଗ୍ନ ହୃଦୟର ଶେଷ ବିନ୍ଦୁ ମଧ୍ୟ ତୁମେ

ମୋ ଜୀବନର ପ୍ରେରଣା ବି ତୁମେ ।।

ବର୍ଷା, ଦଗାଦିଆ ବର୍ଷା, ପ୍ରଥମ ବର୍ଷା ,ମୋ ପ୍ରିୟା ବର୍ଷା

ସବୁଥିରେ ଖାଲି ବର୍ଷା ,ମୋ ହୃଦୟର ବର୍ଷା

ମୋ ଶୁଷ୍କ ମରୁର ଶେଷ ଆଶ୍ରା ବର୍ଷା

ଜୀଵନର ଅନ୍ତିମ ଇଚ୍ଛା ବି ବର୍ଷା

ଜୀବନଟା ଖାଲି ବର୍ଷା ହିଁ ବର୍ଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍