STORYMIRROR

Baikuntha meher

Others

3  

Baikuntha meher

Others

ମୋ ପରିଚୟ

ମୋ ପରିଚୟ

1 min
167


ସମ୍ପର୍କର ସେତୂଵନ୍ଧ, ବନ୍ଧୁତ୍ୱର ପରିଭାଷା,

  ପ୍ରେମର ପ୍ରତିଶ୍ରୁତି,ଆତ୍ମୀୟତାର ଅନୁଭୂତି

          ଏସବୁ ମୋ ପାଇଁ

      ଏକ ଅମିମାଂସିତ ସମୀକରଣ।

ଗ୍ରୀଷ୍ମର ରୌଦ୍ରତାପରେ କମ୍ବଳ ଭିତରେ ଦେହକୁ ଢାଙ୍କି

          ମିଛିମିଛିକା ସ୍ବପ୍ନ ଦେଖୁଛି    

ମନଭିତରେ ତାଜମହଲ ଗଢିବା ଆଶା ନେଇ।

     ପଙ୍କର ପରସ୍ତ ମଧ୍ୟରେ

ଵସେଇ ଚାଲିଛି ସଫେଦ ମାର୍ବଲ।

ଅମାବାସ୍ୟା ରାତିର କଳା କିଟିମିଟି ଅନ୍ଧାର,

  କଣ୍ଟକ ପୂର୍ଣ୍ଣ ଅଙ୍କାବଙ୍କା ସର୍ପିଳପଥ

        ମରୁଭୂମିର ତାତିଲା ଵାଲି,

     ସାଜିଛନ୍ତି ମୋ ପଥ ପ୍ରଦର୍ଶକ ।

   ସତ୍ୟତା, ସହିଷ୍ଣୁତା , ସହନଶୀଳତା

 ଆଜି ମୋ ମନର ଶବ୍ଦ କୋଷ ରୁ ନିଶ୍ଚିହ୍ନ

                 କେବଳ ଅଛି

  ଇର୍ଷା, କ୍ରୋଧ,ଲୋଭ,ମୋହ ମାୟା

          ପ୍ରତାରଣାର ଗନ୍ତାଘର।

              

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍