ମୋ ପ୍ରେମିକ ଆସ
ମୋ ପ୍ରେମିକ ଆସ
1 min
211
ହେ ପ୍ରେମିକ ଆସ ମୋର ଗୃହକୁ, ତୁମ ବିନା ଦେହ କଷ୍ଟ ପାଏ ରେ ।
ସବୁରି ମତରେ ମୁଁ ତୁମ ନାରୀ, ଲାଗେ ମୋତେ ବଡ଼ ସନ୍ଦେହ ରେ !
ହୃଦୟେ ହୃଦୟ ମିଶିନି ଯଦି, ସ୍ନେହ କିପରି ତୋ ଲାଗିଗଲାରେ ?
ଯଦି ଶୋଇ ନାହେଁ ଏକ ଶେଯରେ, ଲାଗିବ କିପରି ପ୍ରେମ ଡୋରିରେ ?
ଅନ୍ନ ରୁଚେନି ବା ନିଦ ଲାଗେନି, ଧରେନି ରେ ଥୟ ଘର ବାରିରେ ।
କାମନାଗ୍ରସ୍ତ ମୁଁ ପ୍ରିୟତମରେ, ତୃଷାର୍ତ୍ତ ଲୋକକୁ ଜଳ ପରି ରେ ।
ଅଛ କି କେହି ମୋ ଉପକାରୀ ରେ ? ପ୍ରେମୀଙ୍କ ପାଖେ ଯାଇ ଶୁଣାଅ ରେ ।
କବୀର ଅଛି ଶେଷ ଅବସ୍ଥାରେ, ଦେଖା ବିନା ଆତ୍ମା ଛାଡେ଼ ଦେହରେ ।
