STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ମୋ ପ୍ରାଣ ର ଦେବତା

ମୋ ପ୍ରାଣ ର ଦେବତା

1 min
13.8K



କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

• ଆଖିରୁ ମୋ ଲୁହ ଝରେ ହୃଦୟ ରୁ କୋହ

• ଦେଖି ଦେଖି ତୁମ ଛବି ହୋଇ ଯାଏ ମୋହ

• ତୁମେ ମୋ ପ୍ରାଣ ଠାକୁର

o ଆହେ ଦୟାମୟ

• ଡାକେ ମହା ଦୁଃଖେ , ମୋତେ ଦରଶନ ଦିଅ

• ଆଖି ରୁ ମୋ ଲୁହ ଝରେ ହୃଦୟ ରୁ କୋହ… ।।

• ଆକୁଳ ଅନ୍ତରେ ଝୁରେ ଝୁରେ ମୋର ମନ

• ବିହ୍ବଳ ହୁଏ ଶରୀର ଗାଇ ତୁମ ନାମ

• ତୁମେ ମୋ ଜୀବ ଜୀବନ

o ଆହେ ଭଗବାନ

• ମୋ ପ୍ରାଣ ଦେବତା , କାହିଁ ଅଛି ଦୟାମୟ

• ଆଖି ରୁ ମୋ ଲୁହ ଝରେ ହୃଦୟ ରୁ କୋହ…।।

• ଅଧିର ହେଉଛି ମନ ମରି ମରି ଯାଏ

• ଦାଣ୍ଡଟାରେ ଠିଆ କରି ଭଣ୍ଡୁଛ ଠାକୁରେ

• ଆଉ କିବା ଅଛି କହ

 ତୁମରି ମନରେ

• ତଥାପି ଶରଣ , ଗଲି ଆହେ ଦୟାମୟ

• ଆଖି ରୁ ମୋ ଲୁହ ଝରେ ହୃଦୟ ରୁ କୋହ…।।

• ଆଉ ବଳ ପାଉନାହିଁ ବେଳ ଆଉ ନାହିଁ

• ଅସମୟେ ଦୁଃଖ ଜଳ ନେଉଛି ଭସାଇ

• ସୁଖ ନାବ ବାହି କୂଳେ

 ଦିଅ ହେ ଲଗାଇ

• ପ୍ରଫୁଲ୍ଲ ଆକୁଳ , ବାରେ ଶୁଣ ଦୟାମୟ

• ଆଖି ରୁ ମୋ ଲୁହ ଝରେ ହୃଦୟ ରୁ କୋହ…।।


Rate this content
Log in