Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajshree Satapathy

Others

2  

Rajshree Satapathy

Others

ମୋ ପିଲାଦିନ

ମୋ ପିଲାଦିନ

1 min
172


ମୋ ପିଲାଦିନ,

କ୍ରୁର ସମୟ ର କରାଳ ଗର୍ଭ ରେ ହୋଇଛି ବିଲୀନ

କିନ୍ତୁ, ମାନସ ପଟରେ ସ୍ମୃତି ସବୁ ସାଇତି ରଖିଛି ମନ।


ମନେପଡେ ବୋଉ ର କୋଳ ଆଉ ନାନାବାୟା ଗୀତ,

ଆଖି ଆଗରେ ନାଚି ଯାଏ ସେ ଅଭୁଲା ଅତୀତ ।


କାଗଜର ଡଙ୍ଗା ପୁଣି ମାଟି ର ଖେଳନା,

ସ୍କୁଲ୍ ନଯିବା ପାଇଁ କେତେ ଯେ ବାହାନା ।


ଗାଁ ଆମ୍ବତୋଟା, ସାଙ୍ଗ ସାଥି ମେଳ ଆଉ ବୋହୁଚୋରୀ ଖେଳ,

ଘରଲେଉଟାଣି ପକ୍ଷୀ ଙ୍କ ରାବ ରେ ଘନେଇ ଆସୁଥିଲା ସଞ୍ଜବେଳ ।


ଫେରେଇ ଦେ ସମୟ ତୁ ମୋ ପିଲାଦିନ,

ବିନତି କରୁଛି ତୋତେ ପକେଇ ମୁଁ ରାଣ ।


Rate this content
Log in