STORYMIRROR

puja pradhan

Children Stories

3  

puja pradhan

Children Stories

ମୋ ପିଲାବେଳ

ମୋ ପିଲାବେଳ

1 min
202

ମୋ ପିଲା ବେଳର ଧୂଳିଘର

  ନିଜଠୁ ବେସି ସେ ଆପଣାର

ସବୁଜିମା ଭରା ଗଛଲତା

   ଯାହା ସହ ହେଇଛି ମୁଁ କେତେ କଥା

ବରଷା ବେଳର ସେ ଶୀତଳ ପବନ

   ସରୁ ବୁଦା ମୂଳରୁ ଶୁଭେ ବେଙ୍ଗୁଲି ର ଗର୍ଜନ

କେତେ ଯେ କାଗଜ ଡ଼ଙ୍ଗା କରିଛି ତିଆରି

   ବରଷା ବେଳ ରେ ଭସେଇଛି ମନ ଭରି

ଶୀତୁଆ ସକାଳେ ସବୁ ପିଲା ମେଳ ହୋଇ

    ଦାଣ୍ଡ ପହଁରି ବାକୁ ଯାଉ ଆଗେଇ ଆଗେଇ

ରଜ, କୁମାରପୂର୍ଣ୍ଣିମା ଯେବେ ହେଉଥିଲା

   ଆମ ପାଇଁ ଖୁସି ର ବାରତା ଆଣୁଥିଲା

ଫଗୁ ଦଶମୀ, କଥା ମନେ ପଡି ଯାଏ

  ରଙ୍ଗ ଖେଳରେ ସତେ ଦିନ ବିତି ଯାଏ

ଗାଁ ଭାଗବତ ଟୁଙ୍ଗି ଘରେ ଯେବେ

    ମେଳା ମଉତ୍ସବ ହୁଏ

ସର୍ବ ପ୍ରଥମେ ଭୋଗ ଖାଇବାକୁ

    ଆମ କୁ ଡକା ଯାଏ

ଗାଈ ଗୋଠ ରୁ ଲେଉଟାଣି ଯାଏ

  ଗାଁ ଦାଣ୍ଡରେ ଖେଳ ଚାଲି ଥାଏ

ପାହାଡ଼ କୂଳରେ ବହିଯାଏ ଛୋଟ ନଈ

   ବଣ ଭୋଜିକରୁ ସବୁ ସାଙ୍ଗ ମେଳହୋଇ

ଆଜି ଅଛି ଗାଁ ହେଲେ ନାହିଁ ସେହି ଦିନ

  ଗାଁ କୁ ଦେଖିଲେ ମୁଁ ଖୋଜେ

    ମୋର ସେହି ପିଲାଦିନ

ଆଜି ନାହିଁ ଅଜାଙ୍କର ସେହି ମିଠା ଗାଳି

  ଦେହରୁ ଝାଡି ଦିଅନ୍ତି କେତେ ବାଲି ଧୂଳି

ଆଈ ର ଦହି ପଖାଳ, ମାଛ ମଞ୍ଜି ଭଜା

  ଖୁଆଇ ଦେବାକୁ ମୋତେ ପଡିଥାଏ ଖୋଜା

ଆମ୍ବ ଠୁ, ତେନ୍ତୁଳି ଯାଏ କେତେ ଯେ ଆଚାର

    ଲୁଚି ଲୁଚି ଖାଇଛି ମୁଁ ଯେ ବାରମ୍ବାର

ମନେ ପଡେ ମୋତେ ଯେବେ

    ମୋର ପିଲାବେଳ

ଆଖିରୁ ରୁ ବହି ଯାଏ ମିଠା ଲୁହଧାର 

କେଉଁଠି ହଜିଯାଇଛି ମୋର ପିଲା ବେଳ

   ପ୍ରତିମୁହୂର୍ତ୍ତ ରେ ତାକୁ ଖୋଜେ ବାରମ୍ବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍